Odisha Link
Bridging the Missing Links in Odisha

ଓଡିଶା ପାଇଁ ଅଦାନୀ ଗ୍ରୁପ କରିବ ୬୦ହଜାର କୋଟି ପୁଞ୍ଜି ନିବେଶ

କରନ ଅଦାନୀ କହିଛନ୍ତି ଆଗାମୀ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ୬୦ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ

ଓଏଲ୍ ବ୍ୟୁରୋ : ମେକ୍ ଇନ୍ ଓଡିଶା କନକ୍ଳେଭରେ ଅଦାନୀ ଗ୍ରୁପର ବଡ ଘୋଷଣା। ଅଦାନୀ ପୋର୍ଟସ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀ ଓଡିଶା ପାଇଁ ୬୦ହଜାର କୋଟିର ପୁଞ୍ଜି ନିବେଶ କରିବା ଆଇଁ ଆଜି ମେକ ଇନ ଓଡିଶା କନକ୍ଳେଭରେ ଜଣାଇଛନ୍ତି।

କରନ ଅଦାନୀ କହିଛନ୍ତି ଆଗାମୀ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ୬୦ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ହଜାର ହଜାର ନିଯୁକ୍ତି ମିଳିପାରିବ। ଏହି ପୁଞ୍ଜି ନିବେଶ ମାଧ୍ୟମରେ ରାଜ୍ୟରେ ୪ ମିଲିୟନ ଟନ କ୍ଷମତାର ଆଲୁମିନା ରିଫାଇନାରୀ ପ୍ରକଳ୍ପ ସ୍ଥାପନ ହେବ। ୩୦ ମିଲିୟନ ଟନର ଲୁହା ପଥର ପ୍ରକଳ୍ପ ସ୍ଥାପନ କରାଯିବ ପାଇଁ ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ।

Leave A Reply

Your email address will not be published.