Odisha Link
Bridging the Missing Links in Odisha

ଚୀନରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌ ଓଡ଼ିଶାରେ

ଓଏଲ୍‌ ବ୍ୟୁରୋ: ଚୀନ ସମେତ ବିଶ୍ବର ୫ଟି ଦେଶରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଚୀନ୍‌,ଜାପାନ୍‌, ଆମେରିକାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଏବେ ଓଡ଼ିଶା ତଥା ଭାରତରେ କାୟା ବିସ୍ତାର କଲାଣି। ଓଡ଼ିଶାରେ ଚୀନ୍ ଭାଇରସ୍‌ ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଓଡିଶା ସମେତ ଗୁଜରାଟରେ ମଧ୍ୟ ଚୀନ ଭୂତାଣୁ ଚିହ୍ନଟ ହୋଇଛି। ଗୁଜରାଟରୁ ୨ଟି ଓ ଓଡିଶାରୁ ଜଣେ ଚିହ୍ନଟ। ଏହି ନୂଆ କୋଭିଡ ଭାରିଆଣ୍ଟ ହେଉଛି ବିଏଫ.୭। ଏହି ଭାରିଆଣ୍ଟ ଚୀନରେ ଆତଙ୍କ ଖେଳାଇଛି। ଏହା ଓମିକ୍ରନର ଏକ ପ୍ରଜାତି। ଭାରତରେ ମୋଟ ୩ ନୂଆ ଭୂତାଣୁ ଚିହ୍ନଟ ହୋଇଛି।

Leave A Reply

Your email address will not be published.