Odisha Link
Bridging the Missing Links in Odisha

ଆନ୍ଦୋଳନରେ ଧବଳେଶ୍ୱର ପୂଜକ ସଂଘ

ଧବଳେଶ୍ୱର ପୀଠର ଆନ୍ଦୋଳନରତ ପୂଜକ ସଂଘ ଚେତାବନି ଦେଇଛନ୍ତି ଯେ ସେମାନଙ୍କ କ୍ଷତି ଭରଣା ନକରାଯାଏ ସେମାନେ ହାଇୱେରେ ବସିବେ।

ଓଏଲ୍‌ ବ୍ୟୁରୋ : ମନ୍ଦିରରେ ପୂଜା ଛାଡି ରାଜରାସ୍ତାରେ ପୂଜକ। ଦୃଶ୍ୟଟି ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ରେ। ନିଜର ଦାବିକୁ ନେଇ ଆନ୍ଦୋଳନରେ ଧବଳେଶ୍ୱର ପୀଠର ପୂଜକ ସଂଘ। କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ସେବକ ମାନେ ଆନ୍ଦୋଳନ କରିବା ସହ କହିଛନ୍ତି ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ସେମାନେ ହାଇୱେରେ ବସିବେ।

ପୂର୍ବରୁ କରୋନା ମହାମାରୀ ପାଇଁ ମନ୍ଦିର ବନ୍ଦ କରାଯାଇଥିଲା ଯାହା ଦ୍ୱାରା ଭକ୍ତ ଆଗମନ ମନ୍ଦିରକୁ ବନ୍ଦ ଥିଲା। କରୋନା କଟକଣା ପାଇଁ ଭକ୍ତ ନଆସିବାରୁ ମନ୍ଦିରର ସେବକ ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଆନ୍ଦୋଳନରତ ସେବକ ସଙ୍ଘ କହିଛନ୍ତି। ବାବା ଧବଳେଶ୍ୱର ପୀଠର ଆନ୍ଦୋଳନରତ ପୂଜକ ସଂଘ ଚେତାବନି ଦେଇଛନ୍ତି ଯେ ସେମାନଙ୍କ କ୍ଷତି ଭରଣା ନକରାଯାଏ ସେମାନେ ହାଇୱେରେ ବସିବେ।

Leave A Reply

Your email address will not be published.