Odisha Link
Bridging the Missing Links in Odisha

ହୋଟେଲରେ ଅଗ୍ନିକାଣ୍ଡ : ଚାଲିଗଲା ୧୦ଜୀବନ, ଅନେକ ଗୁରୁତର

କସିନୋରେ ପ୍ରବଳ ଭିଡ ଥିବାବେଳେ ହଠାତ୍ ନିଆଁ ଲାଗି ଯିବାରୁ ୫୦ରୁ ଅଧିକ ଲୋକ ଫସି ରହିଥିଲେ

ଓଏଲ୍‌ ବ୍ୟୁରୋ : ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡରେ ୧୦ଜୀବନ ଚାଲିଯାଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଘଟଣାଟି କାମ୍ବୋଡିଆର ଏକ ହୋଟେଲ କାସିନୋରେ ହୋଇଥିବାବେଳେ ୧୦ଜଣ ମୃତ ସହ ୩୦ଜଣ ଆହତ। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ।

ସୂଚନା ଅନୁସାରେ, ସକାଳ ହୋଟେଲ କସିନୋରେ ପ୍ରବଳ ଭିଡ ଥିବାବେଳେ ହଠାତ୍ ନିଆଁ ଲାଗି ଯିବାରୁ ୫୦ରୁ ଅଧିକ ଲୋକ ଫସି ରହିଥିଲେ। ଏହି ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିବାବେଳେ କେତେ ଭୟଙ୍କର ଭାବେ ନିଆଁ ଲାଗିଥିଲା ତାହା ଦେଖିବାକୁ ମିଳିଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭାଇବା କାର୍ଯ୍ୟ ଚାଲିଥିବା ବଳେ ସ୍ଥାନୀୟ ଲୋକଙ୍କ ସହଯୋଗ ନିଆଯାଇଛି।

Leave A Reply

Your email address will not be published.