Odisha Link
Bridging the Missing Links in Odisha

ଆସନ୍ତାକାଲି ଜଗା ଦର୍ଶନ ବନ୍ଦ

ମାଘ-କୃଷ୍ଣ ଚତୁର୍ଥୀ ତିଥି ହୋଇଥିବାରୁ ବନକଲାଗି ନୀତି ଉପଲକ୍ଷେ ୪ ଘଣ୍ଟା ପାଇଁ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ

ଓଏଲ୍‌ ବ୍ୟୁରୋ : ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ପ୍ରତିବର୍ଷ ମାଘ-କୃଷ୍ଣ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୁଏ ଶ୍ରୀଜିଉଙ୍କ ବନକଲାଗି ନୀତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ନୀତିରେ ଶୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ।

ବୁଧବାର ମାଘ-କୃଷ୍ଣ ଚତୁର୍ଥୀ ତିଥି ହୋଇଥିବାରୁ ବନକଲାଗି ନୀତି ଉପଲକ୍ଷେ ୪ ଘଣ୍ଟା ପାଇଁ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ। ସୂଚନା ଓ ସ୍ଥିରୀକୃତ ହୋଇଥିବା ନୀତିକ୍ରାନ୍ତି ଅନୁଯାୟୀ ଆସନ୍ତାକାଲି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ଘ.୫.୦୦ଟାରୁ ରାତି ଘ.୯.୦୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.