Odisha Link
Bridging the Missing Links in Odisha

ବିଜୁ ସ୍ବାସ୍ଥ୍ୟ କାର୍ଡ ସାଜିଥିଲା ଠକେଇର ମାଧ୍ୟମ, ଦଲାଲଙ୍କୁ ଧରିଲା ପୁଲିସ

ରାକେଟକୁ ଠାବ କରିଛି ବୟାଳିଶି ମୌଜା ଥାନା ପୁଲିସ

ଓଏଲ୍‌ ବ୍ୟୁରୋ : ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ବର୍ତ୍ତମାନ କିନ୍ତୁ ସ୍ମାର୍ଟ କାର୍ଡକୁ ନେଇ ଦୁର୍ବ୍ୟବହାର କରାଯାଉଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି କଟକ ଖାନ ନଗର ସ୍ଥିତ ସାଉଥ ପଏଣ୍ଟ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡକୁ ନେଇ ମହା ଘୋଟଲା ହୋଇଥିବା ଅଭିଯୋଗ ହୋଇଛି।

ଏହି ରାକେଟକୁ ଠାବ କରିଛି ବୟାଳିଶି ମୌଜା ଥାନା ପୁଲିସ। ଘଟଣାରେ ସମ୍ପୃକ୍ତ ଦଲାଲ ସମେତ ହସ୍ପିଟାଲ ମାଲିକଙ୍କୁ ମିଶାଇ ୫ଜଣଙ୍କୁ ଅଟକ ରଖିଛି ପୁଲିସ। ସୂଚନା ଅନୁସାରେ ବିଭିନ୍ନ ଉପାୟରେ ବିଏସକେୱାଇ ହିତାଧିକାରୀମାନଙ୍କୁ ପ୍ରଲୋଭିତ କରି ସେମାନଙ୍କଠାରୁ ବିଏସକେୱାଇ କାର୍ଡ ହାତେଇ ଲକ୍ଷାଧିକ ଟଙ୍କା ଲୁଟୁଥିଲେ ଦଲାଲ।

Leave A Reply

Your email address will not be published.