Odisha Link
Bridging the Missing Links in Odisha

ବାପା ନେଲା ନିଜ ଝିଅର ଜୀବନ

ଡିଏନଏ ଟେଷ୍ଟ କରିବାକୁ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପାଠ ଯାଇଛି

ଓଏଲ୍‌ ବ୍ୟୁରୋ : ନିଜ ଜନ୍ମ କଲା ଝିଅର ହତ୍ୟାକାରୀ ସାଜିଲା ବାପା। ଦ୍ୱିତୀୟ ସ୍ତ୍ରୀ କଥାରେ ପଡି ନିଜ ଝିଅକୁ ପୋଡି ମାରିଦେଲା ଜନ୍ମ କଲା ବାପା। କଲେଜ ପଢୁଆ ଝିଅକୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ମୃତ ଦେହକୁ ପୋଡି ପାଉଁଶକୁ ବି ଗାୟବ କରିଦେଇଥିବା ଜଣା ପଡିଛି। ଏହି ଅମାନବୀୟ ଘଟଣା ଗୋପର ବିଜିପୁର ଗାଁରେ ଘଟିଛି। ତେବେ ଯୁବତୀ ସୋନାଲିଙ୍କ ମୃତ୍ୟୁ ପରେ ତାଙ୍କ ବଡ ଭଉଣୀ ଏନେଇ ଗୋପ ଥାନାରେ ଏତଲା ଦେଇଥିଲେ। ଯାହାକୁ ତଦନ୍ତ ଆରମ୍ଭ ହୋଇଛି। ବାପାଙ୍କ ଡିଏନଏ ଟେଷ୍ଟ କରିବାକୁ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପାଠ ଯାଇଛି ଏବଂ ସମ୍ପୃକ୍ତ ସାବତ ମା’ଙ୍କୁ ଖୋଜାଚାଲିଛି।

ସୂଚନା ଅନୁସାରେ, ମୃତ ସୋନାଲି ଗୋପ କଲେଜରେ ଯୁକ୍ତ ତିନିରେ ପାଠ ପଢୁଥିଲେ।ଯୁବତୀଙ୍କ ବାପାଙ୍କ ଦ୍ୱିତୀୟ ବିବାହ କରିବା ପରଠାରୁ ସାବତ ମାଆ କଥାରେ ପଡି ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ । କେବଳ ତାଙ୍କ ବାପା ନୁହେଁ ସାବତ ମା’ଙ୍କ ସହ ତାଙ୍କ ଭାଇ ମଧ୍ୟ ତାଙ୍କୁ ଶାରିରୀକ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ମୃତକଙ୍କ ଭଉଣୀ। ଅଭିଯୋଗ କ୍ରମେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଶ୍ମଶାନରେ ପହଞ୍ଚି କିଛି ହାଡ ପାଉଁଶ ମଧ୍ୟ ଜବତ କରିଥିବା ବେଳେ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖାଯାଇ ପୁଲିସ ପଚରାଉଚୁରା ଜାରି କରି ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଇଛି।

Leave A Reply

Your email address will not be published.