Odisha Link
Bridging the Missing Links in Odisha

ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବୀ କରିଥିଲେ

ଓଏଲ୍‌ ବ୍ୟୁରୋ : ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ ହୋଇଛି। ବରଗଡ଼ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ଆଜି ସେ ରକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି କରିବା ପାଇଁ ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେଇଥିବାରୁ ସ୍ଥାନୀୟ ବାସିନ୍ଦା ଖୁସି ଅନୁଭବ କରିଥିବା ଜଣା ପଡିଛି।

ସୂଚନା ଅନୁସାରେ, ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବି କରିଥିଲେ। ପାଇକମାଳର ଜନତାଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ ସ୍ୱାସ୍ଥ୍ୟ ସେବା ମିଳିପାରିବ। ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ। ପାଇକମାଳର ଜନସାଧାରଣ ସେ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ଦୀର୍ଘ ଦିନ ହେଲା ଦାବୀ କରି ଆସୁଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାଇକମାଳର ଜନସାଧାରଣଙ୍କ ଦାବି ଆଜି ପୂରଣ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.