Odisha Link
Bridging the Missing Links in Odisha

ଟ୍ରାକ୍ଟର ଓଲଟି ଚାଲିଗଲା ୨ ଜୀବନ ; ୩ ଗୁରୁତର

ଭାରସାମ୍ୟ ହରାଇ ଘଟଣାସ୍ଥଳରେ ଟ୍ରାକ୍ଟର ଓଲଟିଥିବା କୁହାଯାଉଛି।

ଓଏଲ୍‌ ବ୍ୟୁରୋ : କାମାକ୍ଷାନଗରରେ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭୁବନ ଥାନା ଟିପିଲେଇ ନିକଟରେ ଟ୍ରାକ୍ଟର ଓଲଟି ୨ ଜଣଙ୍କ ଜୀବନ ଚାଲିଯିବା ସହ ୩ ଜଣ ଗୁରୁତର ହୋଇଛନ୍ତି। ଭାରସାମ୍ୟ ହରାଇ ଘଟଣାସ୍ଥଳରେ ଟ୍ରାକ୍ଟର ଓଲଟିଥିବା କୁହାଯାଉଛି।

ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ଗୁରୁତର ହୋଇଥିବା ୩ ଜଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଂଚି ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି।

Leave A Reply

Your email address will not be published.