Odisha Link
Bridging the Missing Links in Odisha

ଫୋରେନସିକ୍ ଲ୍ୟାବ୍ ଗଲା ପାରାଦୀପରୁ ଧରାପଡ଼ିଥିବା ପାରା

ବନ୍ଧା ହୋଇଥିବା ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯାଇ ପରୀକ୍ଷା କରାଯିବ।

ଓଏଲ୍‌ ବ୍ୟୁରୋ : ପାରାଦୀପରୁ ଉଦ୍ଧାର ହୋଇଥିବା ଗୁପ୍ତଚର ପାରା ଭାବେ ସନ୍ଦେହ କରାଯାଉଥିବା ସନ୍ଦିଗ୍ଧ ପାରାକୁ ଫୋରେନସିକ୍ ଲ୍ୟାବକୁ ସ୍ଥାନାନ୍ତର କରାଯାଇଛି। କଟକର ସ୍ବତନ୍ତ୍ର ଟିମ୍ ପାରାକୁ ଭୁବନେଶ୍ବର ଫୋରେନସିକ୍ ଲ୍ୟାବ୍ ଆଣିଥିବା ଜଣା ପଡିଛି। ଉଦ୍ଧାର ହୋଇଥିବା ପାରା ଗୋଡ଼ରେ ବନ୍ଧା ହୋଇଥିବା ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯିବ। ବନ୍ଧା ହୋଇଥିବା ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯାଇ ପରୀକ୍ଷା କରାଯିବ। ଯନ୍ତ୍ରାଂଶ ଖୋଲାଯିବା ପରେ ପାରାକୁ କଟକ ଟିମ୍ ନେଇ ଆସିବ ବୋଲି ସୂଚନା ମିଳିଛି।

ଖବର ଅନୁସାରେ, କାଲି ପାରାଦୀପ ସମୁଦ୍ରରୁ ମାଛଧରାଳି ସନ୍ଦିଗ୍ଧ ପାରାକୁ ଧରିଥିଲେ। ଧରାପଡ଼ିଥିବା ସନ୍ଦିଗ୍ଧ ପାରାକୁ ଆଜି କଟକ ସ୍ଥାନାନ୍ତର କରାଯାଇଥିଲା। ଡଗ୍‌ ଆଣ୍ଡ ପ୍ରିଜନ୍‌ ସ୍କ୍ବାଡ୍‌କୁ ସ୍ଥାନାନ୍ତର କରିଥିଲା ମେରାଇନ ପୁଲିସ। ବର୍ତମାନ ପାରାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତେବେ ଗତକାଲି ସମୁଦ୍ରରେ ବୁଲୁଥିବା ଗୁପ୍ତଚର ପାରାକୁ ନେଇ ମଝି ସମୁଦ୍ରରେ ତନାଘନା ହୋଇଥିଲା।

ପାରାଦୀପ ସମୁଦ୍ର ମଝିରୁ ପାରାକୁ ଉଦ୍ଧାର କରିଥିଲେ ମତ୍ସ୍ୟଜୀବୀ। ଏହା ଏକ ଗୁପ୍ତଚର ପାରା ବୋଲି ସନ୍ଦେହ କରାଯାଉଥିବାବେଳେ ପାରା ଦେହରେ କ୍ୟାମେରା ଚିପ ଓ ଡେଣାରେ ରହିଥିଲା ବିଦେଶୀ ଭାଷାର ଲେଖା। କୋଣାର୍କ ନିକଟ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ପାରାଟି ବୋଟରେ ଆସି ବସିଥିଲା।

ମତ୍ସ୍ୟଜୀବୀମାନେ ପାରାକୁ ଉଦ୍ଧାର କରିବା ସହିତ ତା ଗୋଡ଼ରୁ କ୍ୟାମେରା ଚିପ୍ ଓ ଡେଣାରେ ଲେଖାଥିବା ବିଦେଶୀ ଭାଷାକୁ ଦେଖି ସନ୍ଦେହ ପ୍ରକାଶ କରିଥିଲେ। ମେରାଇନ ଥାନାକୁ ଏ ସମ୍ପର୍କରେ ଜଣାଇବା ପରେ ଥାନାରେ ପାରାକୁ ଜିମା ଦେଇଥିଲେ। ବର୍ତମାନ ତଦନ୍ତ ଜାରି କରିଛି ପୁଲିସ।

Leave A Reply

Your email address will not be published.