Odisha Link
Bridging the Missing Links in Odisha

ଜଙ୍ଗଲ ନିଆଁରେ ଜଳିଲା ବନ ବିଭାଗର ଜିପ୍‌

ଗ୍ରୀଷ୍ମ ଆରମ୍ଭ ହେଉ ହେଉ ଏଭଳି ଜଙ୍ଗଲରେ ନିଆଁ ଲାଗିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ ବିଭାଗ କର୍ମଚାରୀ।

ଓଏଲ୍‌ ବ୍ୟୁରୋ : ସୁନ୍ଦରଗଡ଼ ସଦର ରେଂଜ ଭବାନୀପୁର ଜଙ୍ଗଲରେ ଘଟିଥିବା ଏକ ଅଘଟଣ ସାମ୍ନାକୁ ଆସିଛି। ଜଙ୍ଗଲ ନିଆଁରେ ଜଳିଯାଇଛି ବନ ବିଭାଗର ଜିପ୍‌। ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ଏଭଳି ଘଟିଥିବା ଜଣା ପଡିଛି। ତେବେ ଅନେକ ସ୍ଥାନରେ ବର୍ତ୍ତମାନ ଜଙ୍ଗଲ ଜଳୁଥିବା ଖବର ସାମ୍ନାକୁ ଆସୁଛି। ଗ୍ରୀଷ୍ମ ଆରମ୍ଭ ହେଉ ହେଉ ଏଭଳି ଜଙ୍ଗଲରେ ନିଆଁ ଲାଗିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ ବିଭାଗ କର୍ମଚାରୀ।

ଅନ୍ୟପକ୍ଷେ, ଜଙ୍ଗଲ ନିଆଁକୁ ନେଇ ବିଧାନସଭା ପ୍ରଶ୍ନକାଳରେ ଉଠିଛି ପ୍ରସଙ୍ଗ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଜଙ୍ଗଲ ଜଳୁଛି ମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି। ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ବି ସମାନ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନର ଉତ୍ତର ରଖି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ସ୍ୟାଟେଲାଇଟରେ ଯାହା ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି, ବରଂ ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି। ଆଧୁନିକ ପ୍ରଣାଳୀରେ ନିଆଁକୁ ଆୟତ୍ତ କରାଯାଉଛି। ଗତକାଲି ମୁଖ୍ୟ ଶାସନ ସଚିବ ବୈଠକ କରିଛନ୍ତି। ଯେଉଁମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.