Odisha Link
Bridging the Missing Links in Odisha

ଗରମ ଡ଼ାଲି ପଡ଼ି ଛାତ୍ର ମୃତ୍ୟୁ ଘଟଣା: ୨ ନିଲମ୍ବିତ, ଜଣେ ଗିରଫ

ନିଲମ୍ବିତ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ଘଟଣା ଘଟିଥିବା ଡେଙ୍ଗୁଳା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ।

ଓଏଲ୍‌ ବ୍ୟୁରୋ : କୋଇଡାର ଏକ ଛାତ୍ରାବାସରେ ଘଟିଥିବା ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଗରମ ଡାଲି ପଡ଼ି ଛାତ୍ରାବାସରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ମାମଲାରେ ୨ଜଣଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାବେଳେ ଜଣଙ୍କୁ ଗିରଫ କରିଛି ପୁଲିସ।

ନିଲମ୍ବିତ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ଘଟଣା ଘଟିଥିବା ଡେଙ୍ଗୁଳା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ। ଏହି ଘଟଣାରେ ନିଲମ୍ବିତ ହୋଇଥିବା ଅନ୍ୟ ଜଣେ ହେଉଛନ୍ତି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିକାଶ ନାୟକ। ତେବେ ଏହି ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ କାରଣ ଦର୍ଶାଇବାକୁ ନୋଟିସ ଦିଆଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଏତଲା କ୍ରମେ ସେ ବିଦ୍ୟାଳୟର ରୋଷେୟାଙ୍କୁ ଗିରଫ କରିଛି ପୁଲିସ।

ସୂଚନା ଅନୁସାରେ, ଗତକାଲି କୋଇଡାର ଡେଙ୍ଗୁଳା ସ୍ଥିତ ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଛାତ୍ର ଜଣକ ଛାତ୍ରାବାସ ରୋଷେୟାକୁ ସାହାଯ୍ୟ କଲାବେଳେ ଆହତ ହୋଇଥିଲେ। ପରେ ଛାତ୍ରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଛାତ୍ରାବାସର ଛାତ୍ରଙ୍କର ରାତିରେ ମୃତ୍ୟୁ ଘଟିଥିବା ସ୍ବୀକାର କରିଥିଲେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ।

Leave A Reply

Your email address will not be published.