Odisha Link
Bridging the Missing Links in Odisha

ମନି ଲଣ୍ଡରିଂ ମାମଲା: ସିଏଫ୍‌ଏସ୍‌ଏଲ୍‌ ଯିବ ଅର୍ଚ୍ଚନାଙ୍କ ମୋବାଇଲ୍‌

ଗତ ଜାନୁଆରୀ ୧୧ ତାରିଖରେ ପିଏମଏଲଏ କୋର୍ଟରେ ପିଟିସନ୍ ଦାଖଲ କରିଥିଲା।

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ଼ ଦେଖାଦେଇଛି। ଖଣ୍ଡଗିରି ଥାନା ପୁଲିସ୍‌ ଜବତ କରିଥିବା ଅର୍ଚ୍ଚନା ଓ ଜଗବନ୍ଧୁ ଚାନ୍ଦଙ୍କ ୩ଟି ମୋବାଇଲ୍‌ରୁ ଅଧିକ ତଥ୍ୟ ବାହାରିବ ବୋଲି କୁହାଯାଉଛି। ତଦନ୍ତ ବେଳେ ଖଣ୍ଡଗିରି ପୋଲିସ ଜବତ କରିଥିବା ଅର୍ଚ୍ଚନାଙ୍କ ମୋବାଇଲ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସିଏଫ୍‌ଏସ୍‌ଏଲ୍‌ ଯିବ ଅର୍ଚ୍ଚନାଙ୍କ ମୋବାଇଲ୍‌। ତେବେ ଏନେଇ ହାଇକୋର୍ଟ ଅନୁମତି ଦେଇଥିବା ଜଣା ପଡିଛି। ଇଡି ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ବେଳେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲରେ ଅନେକ ତଥ୍ୟ ଥିବା ଜଣାପଡ଼ିଥିଲା। ଏହି ତିନିଟି ମୋବାଇଲର ତଦନ୍ତ କରିବା ପାଇଁ ଗତ ଜାନୁଆରୀ ୧୧ ତାରିଖରେ ପିଏମଏଲଏ କୋର୍ଟରେ ପିଟିସନ୍ ଦାଖଲ କରିଥିଲା। ଏବେ କୋର୍ଟ ମୋବାଇଲ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁସାରେ, ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଅର୍ଚ୍ଚନାଙ୍କୁ ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନଯିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କେବଳ ଗୋଟିଏ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିିଛି। ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି।

Leave A Reply

Your email address will not be published.