Odisha Link
Bridging the Missing Links in Odisha

ଇଡି ଜାଲରେ ‘ବାୟଜୁ’ର ୩ଟି କାର୍ଯ୍ୟାଳୟ

ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ନାମରେ ପ୍ରାୟ ୯୪୪ କୋଟି ଟଙ୍କା ବୁକ୍ କରିଛି।

ଓଏଲ୍‌ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଲରେ ‘ବାୟଜୁ’ର ୩ଟି କାର୍ଯ୍ୟାଳୟ। ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲଙ୍ଘନ କରିଥିବା ଅଭିଯୋଗରେ ରବିନ୍ଦ୍ରନଙ୍କ ବାୟଜୁ ଓ ତାଙ୍କ କମ୍ପାନୀ ‘ଥିଙ୍କ୍ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ’ ବେଙ୍ଗାଲୁରୁର ୨ଟି ବ୍ୟବସାୟୀକ ପ୍ରତିଷ୍ଠାନ ଓ ଗୋଟିଏ ବାସଭବନ ଉପରେ ଚଢାଉ ଓ ଜବତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇଡି ତରଫରୁ କୁହାଯାଇଛି କି, କମ୍ପାନୀ ଆର୍ଥିକ ବର୍ଷ ୨୦୨୧-୨୧ ରେ ନିଜର ଆର୍ଥିକ କାରବାରର ବିବରଣୀ ପ୍ରସ୍ତୁତ କରିନାହିଁ ଓ ଖାତାର ଅଡିଟ୍ କରାଯାଇ ନାହିଁ। ଏହା କରିବା ଅର୍ନିବାର୍ଯ୍ୟ ବୋଲି ଇଡି ତରଫରୁ କୁହାଯାଇଛି।

କମ୍ପାନୀ ବାୟଜୁ ନାମରେ ଲୋକପ୍ରିୟ ଅନ୍ ଲାଇନ ଏଜୁକେଶନ ପୋର୍ଟାଲ ଚଳାଉଛି। ଚଢାଉ ଓ ଜବତ କାର୍ଯ୍ୟାନୁଷ୍ଠାନ ବେଳେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ଜବତ କରାଯାଇଛି। ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲଙ୍ଘନ ମାମଲାରେ ଇଡି କହିଛି କି କମ୍ପାନୀ ୨୦୧୧ ରୁ ୨୦୨୩ ମଧ୍ୟରେ ପାଖାପାଖି ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ନିବେଶ ପାଇଛି। ଏହା ବ୍ୟତୀତ କମ୍ପାନୀ ତରଫରୁ ବିଦେଶକୁ ୯୭୫୪ କୋଟି ଟଙ୍କା ପଠାଯାଇଛି। ଏହି ସମୟ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ନାମରେ ପ୍ରାୟ ୯୪୪ କୋଟି ଟଙ୍କା ବୁକ୍ କରିଛି। ଯେଉଁଥିରେ ବିଦେଶୀ ଅଧିକାରୀଙ୍କୁ ପଠାଯାଇଥିବା ରାଶି ମଧ୍ୟ ସାମିଲ ରହିଛି। କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ଡାଟାର ସତ୍ୟତା ଉପରେ ବ୍ୟାଙ୍କଗୁଡିକ ଦ୍ୱାରା ଯାଂଚ କରାଯାଉଛି।

Leave A Reply

Your email address will not be published.