Odisha Link
Bridging the Missing Links in Odisha

ପୁଣି ବଢ଼ିଲା ସିସୋଦିଆଙ୍କ ହେପାଜତ ଅବଧି

ମେ' ୧୨ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କ ହେପାଜତ ଅବଧି ବୃଦ୍ଧି କରାଯାଇଛି।

ଓଏଲ୍‌ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଓ ଇଡି ହେପାଜତରେ ରହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଅନୁସନ୍ଧାନ କରାଯାଉଥିବା ଏକ୍ସାଇଜ୍ ପଲିସି ମାମଲାରେ କୋର୍ଟ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ହେପାଜତ ଅବଧି ବୃଦ୍ଧି କରାଯାଇଛି। ମେ ୧୨ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କ ହେପାଜତ ଅବଧି ବୃଦ୍ଧି କରାଯାଇଛି।

ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, ସିସୋଦିଆଙ୍କ ବିରୋଧରେ ତଦନ୍ତ ଶେଷ କରିବାକୁ ଦିଆଯାଇଥିବା ୬୦ ଦିନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆହୁରି ମଧ୍ୟ କୁହାଯାଇଛି ଯେ, ସିସୋଦିଆ ଏହି ସ୍କାମରେ ସମ୍ପୃକ୍ତ ଥିବା ଦର୍ଶାଇ ଏହା ଏକ ନୂତନ ପ୍ରମାଣ ପାଇଛି ଏବଂ ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି। ଅନ୍ୟପକ୍ଷେ, ଏହି କ୍ରମରେ ସିବିଆଇ ପ୍ରସ୍ତୁତ କରିଥିବା ଚାର୍ଜସିଟରେ ସିସୋଦିଆଙ୍କ ନାମ ସାମିଲ କରାଯାଇଛି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଥିଲେ କୋର୍ଟ। ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଆଉ ୨ ସପ୍ତାହ ବଢ଼ାଇଥିଲା।

Leave A Reply

Your email address will not be published.