Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରବଳ ବର୍ଷିବ! ଘଡ଼ଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିବ ତ୍ରାହି। ସାରା ରାଜ୍ୟକୁ ପୁଣି ଭିଜାଇବ ବର୍ଷା। ଘଡ଼ଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯ଼ାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯ଼ାଇଛି।

ଖବର ଅନୁସାରେ, ମୌସୁମୀ ଆଗମନ ପରେ ତାତିରୁ ତ୍ରାହି ମିଳିଛି। ବର୍ତମାନ ରାଜ୍ୟରେ ଲଘୁଚାପ ଆଶଙ୍କା କରାଯାଉଛି। ଲଘୁଚାପ ଆଶଙ୍କାରେ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ରହିବ ବୋଲି ଆଶା କରାଯାଉଛି। ଏହା ସହ ୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା କରାଯାଉଛି।

Leave A Reply

Your email address will not be published.