Odisha Link
Bridging the Missing Links in Odisha

ଟ୍ୱିଟରକୁ ନେଇ ଏଲନଙ୍କ ନୂଆ ନିୟମ, ପୋଷ୍ଟ କରିବା ଓ ପଢ଼ିବା ଉପରେ ଲାଗିଛି ଅଙ୍କୁଶ

ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା

ଓଏଲ୍‌ ବ୍ୟୁରୋ: ଟ୍ୱିଟରକୁ ନେଇ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟ୍ୱିଟରର ପୂର୍ବତନ ସିଇଓ ଏଲନ ମସ୍କ ଆଣିଲେ ନୂଆ ନିୟମ। ପ୍ରତିଦିନ ଟ୍ୱିଟର ପୋଷ୍ଟ କରିବା ଓ ପଢ଼ିବା ଉପରେ ଲାଗିଛି ଅଙ୍କୁଶ। ଭେରିଫାଏଡ୍ ଆକାଉଣ୍ଟ ଗୋଟିଏ ନିୟମ ହୋଇଥିବାବେଳେ ଭେରିଫାଏଡ୍ ହୋଇନଥିବା ଆକାଉଣ୍ଟଧାରୀଙ୍କ ପାଇଁ ଆଉ ଏକ ନିୟମ ଘୋଷଣା କରିଛନ୍ତି ଏଲନ ମସ୍କ।

ଟ୍ୱିଟର ମାଲିକ ଏଲନ ମସ୍କଙ୍କ ଘୋଷଣା ଅନୁସାରେ, ଟ୍ୱିଟର ଭେରିଫାଏଡ୍ ଆକାଉଣ୍ଟଧାରୀ ଦୈନିକ ୬ ହଜାର ପୋଷ୍ଟ ପଢ଼ିପାରିବେ। ଭେରିଫାଏଡ୍ ହୋଇ ନ ଥିଲେ ଦୈନିକ ସର୍ବାଧିକ ୬ ଶହ ପୋଷ୍ଟ ପଢ଼ିପାରିବେ। ହେଲେ ନୂଆ ଅନ୍ ଭେରିଫାଏଡ୍ ଆକାଉଣ୍ଟ ପାଇଁ ଏହା ୩ ଶହରେ ସୀମିତ ରହିବ।

ଅନ୍ୟ ଏକ ଟ୍ୱିଟ୍‌ରେ ମସ୍କ କହିଛନ୍ତି ଯେ ଯାଞ୍ଚ ହୋଇଥିବା (ଆକାଉଣ୍ଟ) ପାଇଁ ୧୦୦୦୦, ଯାଞ୍ଚ ହୋଇନଥିବା ପାଇଁ ୧୦୦୦ ଏବଂ ନୂତନ ଯାଞ୍ଚ ପାଇଁ ୫୦୦ ସୀମାକୁ ବୃଦ୍ଧି କରାଯିବ। ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା ଲଗାଯାଇଥିବା ନେଇ ଟ୍ୱିଟର ମୁଖ୍ୟ ଏଲନ ମସ୍କ ସୂଚନା ଦେଇଛନ୍ତି।

ଖବର ଅନୁସାରେ, ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା’ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ। ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ। ତେବେ ଏହି ନିୟମ ମୁତାବକ ଅନେକ ୟୁଜର୍ସଙ୍କ ଟ୍ୱିଟରର ବ୍ଲୁ-ଟିକ୍ ନଥିବା ଜଣା ପଡିଥିଲା।

Leave A Reply

Your email address will not be published.