ନଦୀରେ ବୁଡ଼ିଲା ଡଙ୍ଗା, ଏଯାଏଁ ମିଳୁନାହାଁନ୍ତି ୧୬ଜଣ ଛାତ୍ରଛାତ୍ରୀ

ଓଏଲ୍ ବ୍ୟୁରୋ: ବିହାରର ବାଗମତୀ ନଦୀରେ ଡଙ୍ଗା ବୁଡ଼ି ଯାଇଥିବା ଖବର ସାମ୍ନାକୁ ଆସିଛି। ଡଙ୍ଗା ବୁଡ଼ି ଯିବା କାରଣରୁ ୧୬ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ବିହାରର ବାଗମତୀ ନଦୀରେ ବୁଡ଼ିବା ସମୟରେ ଡଙ୍ଗାରେ ଥିଲେ ୩୩ ଜଣ ଛାତ୍ରଛାତ୍ରୀ। ୧୭ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି।