Odisha Link
Bridging the Missing Links in Odisha

ସ୍ମାର୍ଟ ଜନପଥ ପାଇଁ ଘୁଞ୍ଚିବ ଯୋଦ୍ଧାଘୋଡ଼ା

ଶିଶୁଭବନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତାକୁ ଅଧିକ ମନୋରମ ଓ ସୁଗମ କରାଯିବ। ସ୍ମାର୍ଟ ଜନପଥ ନାମରେ ଖ୍ୟାତ ରାଜଧାନୀର ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର।

ଭୁବନେଶ୍ବର: ବିକାଶର ଘୋଡ଼ା ଆସୁଛି। ରାଜଧାନୀର ରୂପକୁ ଝଲସାଇବା ପାଇଁ ତୟାର ବିକାଶ ଘୋଡ଼ା ଆଗରେ ମଳିନ ପଡ଼ିଯାଇଛି ଐତିହ୍ୟ ଘୋଡ଼ା। ସୌନ୍ଦର୍ଯ୍ୟକରଣ ପାଇଁ ୩୩ ବର୍ଷ ପରେ ନିଜ ସ୍ଥାନରୁ ହଟିବାକୁ ଯାଉ ମାଷ୍ଟର କ୍ୟାଣ୍ଟିନ୍‌ର ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତି।

ଶିଶୁଭବନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତାକୁ ଅଧିକ ମନୋରମ ଓ ସୁଗମ କରାଯିବ। ସ୍ମାର୍ଟ ଜନପଥ ନାମରେ ଖ୍ୟାତ ରାଜଧାନୀର ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ରାଜ୍ୟ ସରକାରଙ୍କ ସରକାରୀ ସନ୍ତକ ଭାବେ ବ୍ୟବହୃତ ଏହି ଯୋଦ୍ଧା ଘୋଡ଼ାଟି ମୂଳତଃ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ରହିଛି। ଦିବଂଗତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ବାରା ନିର୍ମିତ ଏହି ନୂଆ ଘୋଡ଼ାଟି ୧୯୮୮ରେ ଭୁବନେଶ୍ବରରେ ସ୍ଥାପନା କରାଯାଇଥିଲା।

ଏବେ ସହର ପ୍ରକଳ୍ପ ପାଇଁ ମୂର୍ତ୍ତି ହଟାଇବା ଜରୁରୀ ଦର୍ଶାଇ ସଂସ୍କୃତି ବିଭାଗକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ମାଷ୍ଟର କ୍ୟାଣ୍ଟିନ୍‌ରୁ ମୂର୍ତ୍ତି ନେଇ ରାଜଭବନ ଛକରେ ଥିବା ମଧୁସୂଦନ ଦାସଙ୍କ ମୂର୍ତ୍ତି ପାଖରେ ସ୍ଥାପନ କରିବା ପାଇଁ ସଂସ୍କୃତି ବିଭାଗ ଆପାତତଃ ସ୍ଥିର କରିଛନ୍ତି।

ଅନ୍ୟପଟେ ରାଜ୍ୟର ପରିଚୟ ପାଲଟିଥିବା ଏହି ଯୋଦ୍ଧା ଘୋଡ଼ା ହଟିବା ଯୋଜନାକୁ ବିରୋଧୀ କଂଗ୍ରେସ ସମେତ ବିଭିନ୍ନ ନାଗରିକ ସମାଜ ପକ୍ଷରୁ ଆଜି ବିରୋଧ କରାଯାଇଛି।

Leave A Reply

Your email address will not be published.