Odisha Link
Bridging the Missing Links in Odisha

ବିଜେପିକୁ ଜବାବ ଦେଲେ ସସ୍ମିତ ପାତ୍ର , କହିଲେ ସଂସଦ ସାମ୍ନାରେ ଧାରଣା ଦେଉ ବିଜେପି

କେନ୍ଦ୍ରରେ କାହା ସରକାର ଅଛି ଏବଂ ବିଧାନସଭା ଆଗରେ ଧାରଣା ନ ଦେଇ ସଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ ବୋଲି କହିଛନ୍ତି ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର

ଓଏଲ୍ ବ୍ୟୁରୋ : ରାଜ୍ୟସରକାରଙ୍କ ଚାଷୀ ଅବହେଳାକୁ ନେଇ ଆସନ୍ତାକାଲି ଠାରୁ ବିଧାନସଭା ସାମ୍ନାରେ ସତ୍ୟାଗ୍ରହ କରିବାକୁ ଡାକରା ଦେଇଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିବା ପର୍ଯ୍ୟନ୍ତ ବିଜେପି ବିଧାନସଭା ଆଗରେ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି । ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟାକୁ ନ ବୁଝିଲେ ଭୟାଭୟ ଆନ୍ଦୋଳନ ହେବ । ଏହି କଥାକୁ ନେଇ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି ବିଧାନସଭା ସାମ୍ନାରେ ନୁହେଁ ସଂସଦ ସାମ୍ନାରେ ଧାରଣା ଦେଉ ରାଜ୍ୟ ବିଜେପି ।

କେନ୍ଦ୍ରରେ କାହା ସରକାର ଅଛି ଏବଂ ବିଧାନସଭା ଆଗରେ ଧାରଣା ନ ଦେଇ ସଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ ବୋଲି କହିଛନ୍ତି ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର । ଧାନ ସଂଗ୍ରହ , ଚାଉଳ ଉଠାଣ, ଏମଏସପି,ଚାଷ ବୀମା ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତି ନିଅନ୍ତି । ତେଣୁ ସଂସଦ ସାମ୍ନାରେ ବିଜେପି ଧାରଣା ଦେଲେ କେନ୍ଦ୍ରର ନିଦ ଭାଙ୍ଗିବ ବୋଲି ସସ୍ମିତ କହିଛନ୍ତି ।

ସସ୍ମିତ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା। ଯଦି ବିଜେପି ବିଧାୟକ ମାନେ ସର୍ବସମ୍ମତି କ୍ରମେ ରାଜି ହୋଇଥିଲେ କୁଆଡେ ଗଲା ଏହି ପ୍ରସଙ୍ଗ। ସେ ପ୍ରଶ୍ନ ଓ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସାଂସଦ ସାମ୍ନାରେ ଧାରଣା ଦିଅନ୍ତୁ। ସରକାରକୁ ଆସିଲେ ଏମଏସପି ଦେଢ଼ ଗୁଣା କରିବାକୁ କହିଥିଲେ । ଚାଷୀ ମାନେ ବିଜେପିର ପ୍ରହେଳିକା ଜାଣି ଗଲେଣି ଏବଂ ବିଜେପି ଏକ ଚାଷୀ ବିରୋଧୀ ଦଳ ବୋଲି ଜଣାପଡିଗଲାଣି ତେଣୁ ନିଜ ଦୋଷକୁ ଲୁଚାଇବା ପାଇଁ ବିଜେପି ଏହି ନାଟକ ପ୍ରଦର୍ଶନ କରୁଛି ।

Leave A Reply

Your email address will not be published.