Odisha Link
Bridging the Missing Links in Odisha

ହକି ବିଶ୍ୱକପ୍‌ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ହକି ପ୍ରେମୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ସରକାର ହକି ବିଶ୍ୱକପକୁ ନେଇ ବ୍ୟାପକ ପ୍ରସ୍ତୁତି ଜାରି କରିଛନ୍ତି। ତେବେ ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସ୍ପେସିଆଲ ରେଳ ସୁବିଧା କରାଯାଇଛି। ହକି ପୁରୁଷ ବିଶ୍ୱକପ୍‌-୨୦୨୩ ସମୟରେ ଯାତ୍ରୀଙ୍କ ଚାହିଦା, ଅତିରିକ୍ତ ଯାତ୍ରୀ ଭିଡ଼, ରେଳ ଯାତ୍ରୀଙ୍କୁ ଉତ୍ତମ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଥିବା ଜଣା ପଡିଛି। ତେଣୁ ହକି ପ୍ରେମୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ଭୁବନେଶ୍ୱର-ରାଉରକେଲା ସ୍ପେସାଲ(୦୨୮୩୪) ଭୁବନେଶ୍ୱରରୁ ଜାନୁଆରି ୧୪ରୁ ୩୦ ମଧ୍ୟରେ ପ୍ରତି ସୋମବାର, ବୁଧବାର, ଗୁରୁବାର ଓ ଶନିବାର ରାତି ୮ଟା ୨୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ରାଉରକେଲା-ଭୁବନେଶ୍ୱର ସ୍ପେସାଲ(୦୨୮୩୩) ରାଉରକେଲାରୁ ଜାନୁଆରି ୧୫ରୁ ୩୧ ମଧ୍ୟରେ ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ରବିବାର ରାତି ୧୧ଟା ୨୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଏହା କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ସମ୍ବଲପୁର ସିଟି ଓ ଝାରସୁଗୁଡା ମଧ୍ୟରେ ରହଣି କରିବ।

ପୁରୀ-ରାଉରକେଲା-ପୁରୀ ହକି ସ୍ପେସାଲ୍ (୦୨୮୩୬/୦୨୮୩୫) ଜାନୁଆରି ୧୪ରୁ ୩୧ ପର୍ଯ୍ୟନ୍ତ ପ୍ରତିଦିନ ଚାଲିବାର ସୂଚନା ମିଳିଛି। ଏହି ଟ୍ରେନ ପୁରୀଠାରୁ ସକାଳ ୫ଟା ୧୫ରେ ଛାଡ଼ି ମଧ୍ୟାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଫେରିବା ବାଟରେ ଏହା ରାଉରକେଲାରୁ ଅପରାହ୍ନ ୧ଟା ୩୦ରେ ବାହାରି ପୁରୀରେ ରାତି ୧୦ଟା ୩୦ରେ ପହଞ୍ଚିବ। ଏହା ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ଓ ରାଜଗାଙ୍ଗପୁର ଷ୍ଟେସନରେ ରହଣି କରିବ। ଏହାବ୍ୟତୀତ ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେସାଲ୍(୦୨୮୩୨/୦୨୮୩୧) ମଧ୍ୟ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ଭୁବନେଶ୍ୱରରୁ, ପ୍ରତି ସୋମବାର, ବୁଧବାର ଓ ଶନିବାର ଧାନବାଦ୍‌ରୁ ରାଉରକେଲା ମାର୍ଗ ଦେଇ ଚଳାଚଳ କରୁଛି। ହକି ବିଶ୍ୱକପ ପାଇଁ ଏହି ସ୍ପେସିଆଲ ରେଳ ଚଳାଚକ ଆରମ୍ଭ ହେବ।

Leave A Reply

Your email address will not be published.