Odisha Link
Bridging the Missing Links in Odisha

ମୋ ସରକାର: ଲୋକଙ୍କୁ ଫୋନ କଲେ ନବୀନ, କହିଲେ ନମସ୍କାର…(ଦେଖନ୍ତୁ ଭିଡିଓ)

ଭୁବନେଶ୍ବର: ଆଜି ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଥାନା, ୩ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଓ ଶହୀଦ ନଗର ଥାନାକୁ ଯାଇ ସେଠାରେ ମୋ ସରକାର ଲୋଗୋ ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ମୋଚନ କରିଛନ୍ତି। ଏହା ସହିତ ଆସନ୍ତାବର୍ଷ ମାର୍ଚ୍ଚ ୫ତାରିଖ ବିଜୁ ପଟ୍ଟନାୟକ ଜୟନ୍ତୀରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ‘ମୋ ସରକାର’ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ନବୀନ ନିବାସରୁ ୮ଜଣ ଲୋକଙ୍କ ସହ ଫୋନ୍ ଯୋଗେ ସିଧାସଳଖ କଥା ହୋଇ ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡ଼ିଥିଲେ। ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ ୮ଟି ଫୋନ୍ ନମ୍ବରକୁ ଶ୍ରୀ ପଟ୍ଟନାୟକ ଫୋନ୍ କରିଥିଲେ। ଥାନା ଓ ଡାକ୍ତରଖାନା ସମ୍ପର୍କରେ ଲୋକମାନେ ନିଜର ମତାମତ ଦେଇଥିଲେ।

ନବୀନ ପଟ୍ଟନାୟକ ଫୋନ୍‌ କରି କଣ କହିଲେ ଜାଣନ୍ତୁ:

  • ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି
  • ଆପଣ ଭବାନିପାଟଣା ପୋଲିସ ଷ୍ଟେସନ ଯାଇଥିଲେ କି?
  • ମା’ ଆପଣ ପାଟଣାଗଡ଼ ଥାନାକୁ ଯାଇଥିଲେ କି?
  • ସେଠି କ’ଣ ହେଲା?
  • ଆଛା
  • ଧନ୍ୟବାଦ!

ମୋ’ ସରକାର କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଏକ ଟୋଲ୍ ଫ୍ରି ନମ୍ବର ୧୪୫୪୫ ଜାରି କରିଛନ୍ତି। ଏହି ନମ୍ବରକୁ ମିସ୍ କଲ ଦେଇ ସାଧାରଣ ଲୋକେ ଥାନା ଓ ଡାକ୍ତରଖାନା ସମ୍ପର୍କିତ ନିଜର ଅଭିଯୋଗ ପଞ୍ଜିକରଣ କରିପାରିବେ ।

Comments are closed.