Odisha Link
Bridging the Missing Links in Odisha

ଭୁଲ ଓୌଷଧ ଖାଇ ଜୀବନ ଗଲା

ଭଦ୍ରକ : ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ବିରିଆଡ଼ିଆ ଗାଁରେ ଏକ ଅଭାନିୟ ଘଟଣା ଘଟିଯାଇଛି । ଭୁଲ ଓୌଷଧ ଖାଇ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି । ୨ ଦିନ କଷ୍ଟ ପାଇବା ପରେ ଗତକାଲି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଖି ବୁଜିଲା ୧୧ ବର୍ଷର ନାବାଳକ ।

ବିରିଆଡ଼ିଆ ଗାଁର ଗଙ୍ଗାଧର ବାରିକଙ୍କ ପୁଅ ସୁରେଶ ବାରିକଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାଙ୍କୁ ଘଣ୍ଟେଶ୍ୱର ବଜାରସ୍ଥିତ ମଦନ କରଙ୍କ ତାରିଣୀ କ୍ଲିନିକକୁ ନେଇଥିଲେ। ସେଠାରେ ମଦନ ସୁରେଶଙ୍କର କୌଣସି ପରୀକ୍ଷା ନ କରି ଓୌଷଧ ଓ ଇଞ୍ଜେକସନ ଦେଇଥିଲେ। ଏହାପରେ ପରିବାର ଲୋକେ ସୁରେଶକୁ ଘରକୁ ନେଇ ଆସିଥିଲେ।

କିନ୍ତୁ ପିଲାଟିର ଅବସ୍ଥା ଗୁରୁତର ହେବାରୁ ଗୁରୁବାର ଦିନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଥିଲା। ଭଦ୍ରକ ମେଡିକାଲ ଡାକ୍ତରଙ୍କ କହିବା ଅନୁସାରେ ପିଲାଟିକୁ ଭୁଲ ଓୌଷଧ ଦିଆ ଯାଇଥିବାରୁ ମୃତ୍ୟୁ ହୋଇଛି ।

ଏହା ପରେ ପରିବାର ଲୋକ ଘଣ୍ଟେଶ୍ୱର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ସକାଳୁ ଓୌଷଧ ଦୋକାନୀ କେଉଁଆଡ଼େ ଫେରାର ହୋଇଯାଇଛି। ପୁଲିସ୍‌ ଘଟଣାର ଖୋଳତାଡ଼ କରୁଛି ।

Comments are closed.