Odisha Link
Bridging the Missing Links in Odisha

ଆଜିଠାରୁ ତେଲଗୁ ସଂପ୍ରଦାୟର ଲୋକେ ପାଳନ କରିବେ ପୋଙ୍ଗଲ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଥିବା ପୋଙ୍ଗଲ ଉତ୍ସବକୁ ୩ ଦିନ ଧରି ପାଳନ କରିବେ ତେଲଗୁ ଭାଷାଭାଷୀ ଲୋକେ। ଆଜି ପ୍ରଥମ ଦିନରେ ପାଳିତ ହେଉଛି ଭୋଗୀ। ଘରକୁ ସଫା ସୁତରା କରିବା ସହିତ ଗୃହର ଦ୍ୱାର ଦେଶରେ ବିଭିନ୍ନ ଡିଜାଇନର ରଙ୍ଗୋଲି କରିଛନ୍ତି। ଆସନ୍ତାକାଲି ନୂଆ ବର୍ଷ ପାଳନ ସହ ପୋଙ୍ଗଲ ଉତ୍ସବ ପାଳନ କରିବେ ତେଲଗୁ ସଂପ୍ରଦାୟର ଲୋକେ। ଘରେ ସମସ୍ତେ ନୂଆ ଲୁଗା ପିନ୍ଧି ନୂଆ ବର୍ଷ ପାଳନ କରିବେ। ମାଟି ପାତ୍ରରେ ଖିରି ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରାଯାଏ।

ପୋଙ୍ଗଲ ପର୍ବର ପ୍ରଥମ ଦିନକୁ ଭୋଗୀ ପୋଙ୍ଗଲ କୁହାଯାଏ । ଏହିଦିନ ସକାଳୁ ନିଜ ଘରର ସମସ୍ତ ଅନାବଶ୍ୟକ ଜିନିଷ ଓ ଗୋବର ଘସିକୁ ନିଆଁ ଲଗାଇ ପୋଡନ୍ତି । ଶୀତ ଦିନରେ ଧରିତ୍ରୀ ମାଟି ମା ଥଣ୍ଡା ହୋଇଯାଇଥାଏ ।ଏହି ନିଆଁ ଜଳିବାଦ୍ୱାରା ମାଟି ମା ଉଷୁମ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Comments are closed.