Odisha Link
Bridging the Missing Links in Odisha

କରୋନା ମୁକାବିଲା: ଗ୍ରାମବାସୀଙ୍କ ନିଆରା ପଦକ୍ଷେପ, ମାଓବାଦୀଙ୍କୁ ଗାଁ ମନା

ନବରଙ୍ଗପୁର: ମହାମାରୀ କରୋନା ଭାଇରସ ଦିନକୁ ଦିନ ବିଶ୍ବବାସୀଙ୍କ ପାଇଁ ଚିନ୍ତା ବଢ଼ାଉଛି। କରୋନା କବଳରୁ କିଭଳି ସାଧାରଣ ଜନତା ରକ୍ଷା ପାଇ ପାରିବେ ସେଥିପାଇଁ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଏକ ସଚେତନତା ମୂଳକ ଖବର ନବରଙ୍ଗପୁର ଜିଲ୍ଲାରେ ଦେଖିବା ମିଳିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସଂଲଗ୍ନ ସୀମାନ୍ତ ବର୍ତ୍ତି ମାଓପ୍ରଭାବିତ ଗ୍ରାମ ମାନଙ୍କରେ ଗ୍ରାମବାସୀ ମାନେ ମିଳିତ ଭାବେ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ନିଆରା ପଦକ୍ଷେପ ନେଇଛନ୍ତି। କରୋନା ପାଇଁ ସମଗ୍ର ଦେଶ ଲକଡାଉନ୍ ହେଉଥିବା ବେଳେ ମାଓବାଦୀଙ୍କୁ ସେମାନଙ୍କ ଗାଁ ମଧ୍ୟରେ ପଶିବାକୁ ବାରଣ କରିଛନ୍ତି ଗ୍ରମାବାସୀ ବୃନ୍ଦ।

ସୂଚନାଅନୁଯାୟୀ, ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ସରିତା ମହାପାତ୍ର କରୋନା କୁ ନେଇ ପ୍ରତି ଗ୍ରାମରେ ପେଟ୍ରୋଲିଂ ତଥା ସଚେତନ କରିବା ସମୟରେ ତାଙ୍କର ନଜରକୁ ଆସିଥିଲା ଏକ ଦୃଶ୍ୟ। ସୀମାନ୍ତ ବର୍ତ୍ତୀ ଅଞ୍ଚଳର ପାଖାପାଖି ୧୫ଗୋଟି ଗ୍ରାମର ଏକାଧିକ ସ୍ଥାନରେ ସଚେତନ ନାଗରିକ ମଞ୍ଚ ନାମରେ ପ୍ରଚାର ପତ୍ର ଲଗାଯାଇ କରୋନା ବିିଷୟରେ ଅବଗତ କରାଇବା ସହ ମାଓବାଦୀଙ୍କୁ ଗ୍ରାମ ମଧ୍ୟରେ ପଶିବାକୁ ବାରଣ କରାଯାଇଛି। ଗ୍ରାମବାସୀମାନଙ୍କ ଏପରି ପଦକ୍ଷେପକୁ ଦେଖି ଥାନା ଅଧିକାରୀ ଶ୍ରୀମତି ମହାପାତ୍ର ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଏପରି ପଦକ୍ଷେପକୁ ପ୍ରଶଂସା କରିଥିଲେ।

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଲୋକଙ୍କର ଏପରି ପଦକ୍ଷେପକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶଂସା କରିଛନ୍ତି। ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଲୋକଙ୍କ କରୋନା ଭାଇରସକୁ ନେଇ ସଚେତନତାର ମାନସିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି।

Comments are closed.