Odisha Link
Bridging the Missing Links in Odisha

ରାମ ମନ୍ଦିର ପାଇଁ ପାଣ୍ଠି ଆଦାୟ ନାମରେ ଠକେଇ

ଅଯୋଧ୍ୟା: ରାମ ଜନ୍ମଭୂମି ଟ୍ରଷ୍ଟ ଗଠନର ଦୁଇ ମାସ ବିତି ନଥିବା ବେଳେ ଏହି ମଉକାରେ ନିରୀହ ଶ୍ରଦ୍ଧାଳୁଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି ସାଇବର ଠକ। ରାମ ମନ୍ଦିର ଅଯୋଧ୍ୟା ନାମରେ ଏକ ଟୁଇଟର ହାଣ୍ଡଲ ଖୋଲାଯିବା ସହ ଓ୍ବେବସାଇଟ୍‌ ତିଆରି କରି ଲୋକଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ କରାଯାଉଛି। ଏ ନେଇ ଜଣାପଡ଼ିବା ପରେ ଅଯୋଧ୍ୟାର ରାମ ଜନ୍ମଭୂମି ଥାନାରେ ଓ୍ବେବସାଇଟ୍‌ ମାଲିକ ନାମରେ ସୋମବାର ଦିନ ଅଭିଯୋଗ କରାଯାଇଛି।

ରାମ ମନ୍ଦିର ଅଯୋଧ୍ୟା ନାମରେ ଏହି ଓ୍ବେବସାଇଟର ଗୋ ଡାଡହ ସର୍ଭିସ୍‌ ପ୍ରୋଭାଇଡର ମାଧ୍ୟମରେ ପଞ୍ଜିକରଣ କରାଯାଇଛି। ଏହାର ମାଲିକ Avinash Bahukhandi, RZ 146 A Uttam Vihar, Uttam Nagar, New Delhi ବୋଲି ଜଣାପଡ଼ିଛି। ଦାନ ଦେବା ପାଇଁ ଓ୍ବେବସାଇଟରେ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଦିଆଯାଇଥିବା ବେଳେ ଗୁଗୁଲ ପେ ମାଧ୍ୟମରେ ଦାନ ସୁବିଧା ଉପଲବ୍ଧ ରହିଛି।

[email protected] ମେଲ୍‌ ଆଇଡି ଓ ଏକ ଫୋନ୍‌ ନମ୍ବର ମଧ୍ୟ ଯୋଗାଯୋଗ ପାଇଁ ରହିଛି। ରାମ ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତ ରାୟ ଅଭିନାଶ ନାମରେ ଠକେଇ, ଟଙ୍କା ଆତ୍ମସାତ, ପରିଚୟ ହରଣ, ଚରିତ୍ର ହନନ ଆଦି ଅଭିଯୋଗରେ ମାମଲା ରୁଜୁ କରିଛନ୍ତି। ଏବେ ଓ୍ବେେବସାଇଟରୁ ଦାନ ବ୍ୟବସ୍ଥା ଓ ଯୋଗାଯୋଗ ମେଲ୍‌ ଆଇଡି ତଥା ଫୋନ ନମ୍ବର ହଟାଇ ଦିଆଯାଇଥିଲେ ବି ଓ୍ବେବସାଇଟଟି କାର୍ଯ୍ୟକ୍ଷମ ଅଛି। ଖୁବ ଶୀଘ୍ର ଅପରାଧୀକୁ ଧରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି।

Comments are closed.