ହ୍ରିତିକ୍ଙ୍କ ନିବେଦନ: ଏପରି କଲେ ସୁସ୍ଥ ହେବେ କରୋନା ଆକ୍ରାନ୍ତ

ମୁମ୍ବାଇ: ଫେସବୁକ୍ରେ ୨ କୋଟି ୧୧ ଲକ୍ଷ ଅନୁଗାମୀ ଥିବା ବଲିଉଡ୍ ନାୟକ ହ୍ରିତିକ୍ ରୋଶନ୍ ଆଜି ସୋସିଆଲ ମିଡିଆରେ ଏକ ନିବେଦନ ରଖିଛନ୍ତି। ଆଜି ସଂଧ୍ୟାରେ ଏକ ପୋଷ୍ଟ ମାଧ୍ୟମରେ ସେ କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଧାୟକ ଆଦିତ୍ୟ ଠାକରେ ଓ ବମ୍ବେ ମହାନଗର ନିଗମ ପେଜ୍କୁ ଟ୍ୟାଗ୍ କରିଛନ୍ତି।
ହ୍ରିତିକ୍ ଲେଖିଛନ୍ତି ଯେ ମୁମ୍ବାଇର କସ୍ତୁରବା ହସ୍ପିଟାଲ ଏକ ମିଶନ୍ ଆରମ୍ଭ କରିଛନ୍ତି ଯେଉଁଥିରେ କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସହଯୋଗ ଆବଶ୍ୟକ। ପଜିଟିଭ୍ ପରୀକ୍ଷଣ ହେବା ପରେ ଯେଉଁମାନେ ୧୪ ଦିନ କ୍ବାରାଣ୍ଟିନ୍ ଅବଧି ପାର କରି ସାରିଛନ୍ତି ଓ ପରେ ତାଙ୍କର ନମୁନା ଯଦି ନେଗେଟିଭ୍ ଆସିଛି ତେବେ ତାଙ୍କର ରକ୍ତ କରୋନା ଭୂତାଣୁକୁ ମାରିବାକୁ ସକ୍ଷମ। ଏଭଳି ବ୍ୟକ୍ତି ଯଦି ରକ୍ତଦାନ କରିବେ ତେବେ ଅନ୍ୟ କରୋନା ଆକ୍ରାନ୍ତ, ବିଶେଷ କରି ଯେଉଁମାନେ ଗୁରୁତର ଭାବେ ପୀଡ଼ିତ ସେମାନେ ଉପକୃତ ହୋଇପାରିବେ ବୋଲି ହ୍ରିତିକ୍ ରୋଶନ୍ ଲେଖିଛନ୍ତି। ରକ୍ତ ଦିଅନ୍ତୁ ଓ ଅନ୍ୟର ଜୀବନ ବଞ୍ଚାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଏ ବାବଦରେ ଯୋଗାଯୋଗ କରିବା ପାଇଁ ସେ ଡକ୍ଟର ସ୍ବପ୍ନିଲ ପାରିଖଙ୍କ ଯୋଗାଯୋଗ ନମ୍ବର ଓ ମେଲ ଆଇଡି (Dr Swapneil Parikh, Email: [email protected], No: 8369629902) ମଧ୍ୟ ଦେଇଛନ୍ତି।
https://www.facebook.com/hrithikroshan/posts/10158519686634407