Odisha Link
Bridging the Missing Links in Odisha

ଯାଜପୁରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ୧୪୯

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଁଞ୍ଚିଛି। ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲା ବାସୁଦେବ ପୁର ଅଞ୍ଚଳର ଜଣେ ୩୫ ବର୍ଷୀୟ ମହିଳା। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ବର୍ତ୍ତମାନ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା। ରାଜ୍ୟରେ ବର୍ତ୍ତମାନ ୧୫ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଏବେ ସୁଦ୍ଧା ୪ଟି ଜିଲ୍ଲା କରୋନା ମୁକ୍ତ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଁଞ୍ଚିଛି। ସେ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୫ଜଣ ସୁସ୍ଥ ହୋଇଛନ୍ତି। ଆଉ ୯୩ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.