Odisha Link
Bridging the Missing Links in Odisha

ବନ୍ୟା ଘେରରେ ଲୋକେ, ନବୀନ ଦିନେ ଗ୍ରାଉଣ୍ଡକୁ ଯାଅନ୍ତୁ: ସୁର

ଭୁବନେଶ୍ବର: ଲଗାଣ ବର୍ଷା ହେତୁ ରାଜ୍ୟରେ ବନ୍ୟା ସ୍ଥିତି। ବର୍ଷା ଛାଡ଼ି ଯାଇଛି ସତ ହେଲେ ସରିନି ଜନସାଧାରଣଙ୍କ ଦୁର୍ଦ୍ଦଶା। କାଁଭାଁ କେଉଁଠି ରିଲିଫ ପହଞ୍ଚିଛି ତ ଆଉ କେଉଁଠି ସରକାର ଓ ପ୍ରଶାସନର ସାହାଯ୍ୟକୁ ଅପେକ୍ଷା କରି ଭୋକ ଓପାସରେ ଦିନ କାଟୁଛନ୍ତି ଲୋକେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ଦେଖିଥିଲେ। ଅପରପକ୍ଷେ ରାଜ୍ୟ ସରକାରଙ୍କ ବନ୍ୟା ସ୍ଥିତି ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ମୁଖ୍ୟମନ୍ତ୍ରୀ ଖାଲି ହେଲିକ୍ୟାପ୍ଟରରେ ଘେରାଏ ବୁଲି ଆସିଲେ । ଦିନେ ଗ୍ରାଉଣ୍ଡ ଯାଅନ୍ତୁ, ଲୋକ ବନ୍ୟାରେ ଘେରରେ ଅଛିନ୍ତି ବୋଲି କହିଲେ ସୁର।

ସୁର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଖାଲି ହେଲିକ୍ୟାପ୍ଟରରେ ଘେରାଏ ବୁଲି ଆସିଲେ। ଦିନେ ଗ୍ରାଉଣ୍ଡ ଯାଅନ୍ତୁ, ଲୋକ ବନ୍ୟାଘେରରେ ଅଛନ୍ତି। ନବୀନ ବାବୁ ରିଲିଫ ଘୋଷଣା କଲେ, ହେଲେ ଏଯାଏଁ କେହି ପାଇ ନାହାଁନ୍ତି। କେବଳ ଘୋଷଣା କରି ମୁଖ୍ୟମନ୍ତ୍ରୀ ଶୋଇଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁର।

ଗାଈଗୋରୁଙ୍କ ପାଇଁ ମଧ୍ୟ ଖାଇବା ପାଇଁ ନାହିଁ । ସମସ୍ତ ଜିଲ୍ଲାରେ ଅବ୍ୟବସ୍ଥା। ସମସ୍ତଙ୍କ ଘର ଭାଙ୍ଗିଛି। ଶହଶହ ଘାଇ ହୋଇଛି। ୨୧ ବର୍ଷ ହେଲା ନଦୀବନ୍ଧ ତିଆରି କରିନାହାନ୍ତି ସରକାର। ତେଣୁ ରାଜ୍ୟ ସରକାର ତୁରନ୍ତ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଦିଅନ୍ତୁ ବୋଲି ସୁର ଦାବି କରିଛନ୍ତି।

Comments are closed.