Odisha Link
Bridging the Missing Links in Odisha

୨୦୨୧ IPL ଖେଳିବେନି ଡେଲ୍‌ ଷ୍ଟେନ୍‌, ଅବସରକୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଦ୍ରୁତ ଷ୍ଟାର ବୋଲର ଡେଲ୍‌ ଷ୍ଟେନ୍‌ଙ୍କ ବଡ଼ ଘୋଷଣା। ଡାହାଣ ହାତୀ ବୋଲର ଷ୍ଟେନ୍‌ ଶନିବାର ଟ୍ବିଟ୍‌ କରି କହିଛନ୍ତିି ଯେ, ୨୦୨୧ରେ ହେବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଖେଳିବେ ନାହିଁ। କେବଳ ଆଇପିଏଲ ନୁହେଁ କୌଣସି ଲିଗରେ ମଧ୍ୟ ଭାଗ ନେବେ ନାହିଁ। ଏପରିକି କିଛି ଦିନ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ବିଶ୍ରାମ ନେବା ନେଇ ଘୋଷଣା କରିଛନ୍ତି ସେ।

ଡେଲ୍‌ ଷ୍ଟେନ୍‌ ଟ୍ବିଟ୍‌ କରି କହିଛନ୍ତି ଯେ, ଚଳିତ ବର୍ଷ ଆଇପିଏଲରେ ମୁଁ ଆରସିବି ପକ୍ଷରୁ ଆଇପିଏଲ ଖେଳିବି ନାହିଁ। ଏଥିସହିତ କୌଣସି ଟିମ୍‌ ପକ୍ଷରୁ ଖେଳିବି ନାହିଁ। କିଛି ସମୟ ପାଇଁ ବିରତି ନେଉଛି। ହେଲେ ସନ୍ୟାସ ନେଉ ନାହିଁ ବୋଲି ଡେଲ୍‌ ଷ୍ଟେନ୍‌ କହିଛନ୍ତି।

ଡେଲ୍‌ ଷ୍ଟେନ୍‌ ଆଇପିଏଲରେ ୯୫ଟି ମ୍ୟାଚ୍‌ ଖେଳି ୯୭ଟି ଓ୍ବିକେଟ୍‌ ନେଇଛନ୍ତି। ସେ ୨୦୨୦ ଆଇପିଏଲରେ ମାତ୍ର ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଓ୍ବିକେଟ୍‌ ନେଇଥିଲେ। ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ଆରିସିବି ପ୍ଳେଇଙ୍ଗ୍‌ ଇଲେଭେନ୍‌ରେ ସାମିଲ କରି ନଥିଲା। ଡେଲ୍‌ ଷ୍ଟେନ୍ ଅନ୍ତର୍ଜାତୀୟ କ୍ରିକେଟରେ ୭୯୯ ଓ୍ବିକେଟ ନେଇଛନ୍ତି। ସେ ଟେଷ୍ଟ କ୍ରିକେଟରେ ୪୩୯ ଟି ଓ୍ବିକେଟ ନେଇଥିବା ବେଳେ ଦିନିକିଆରେ ୧୯୬ ଓ ଟି-୨୦ରେ ୬୪ଟି ଓ୍ବିକେଟ ନେଇଛନ୍ତି।

Comments are closed.