Odisha Link
Bridging the Missing Links in Odisha

ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ଅକାଳ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ୱର୍ଗତଃ ନାୟକ ଜଣେ ସମାଜସେବୀ ଭାବେ ବେଶ ଜଣାଶୁଣା ଥିଲେ। ସେ ସମାଜର ଦଳିତ, ଗରିବ, ଖଟିଖିଆଙ୍କ ପାଇଁ ସବୁବେଳେ ସ୍ୱର ଉଠାଇ ଆସୁଥିଲେ। ସେ ୪୦ରୁ ଅଧିକ ଶ୍ରମିକ ସଙ୍ଗଠନର ସଭାପତି ଭାବେ ଦାୟୀତ୍ୱ ନେଇ ଶ୍ରମିକମାନଙ୍କର ଅଧିକାର ପାଇଁ ଲଢେଇ କରୁଥିଲେ । ସ୍ୱର୍ଗତଃ ନାୟକ ଦୀର୍ଘଦିନ ଧରି ନିଷ୍ଠାପର ଓ ନିସ୍ୱାର୍ଥପର ଭାବେ ସମାଜସେବା କରିଆସୁଥିଲେ।

ତାଙ୍କର ମୃତ୍ୟୁ ବଲାଙ୍ଗୀର ସମେତ ସମଗ୍ର ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ୱର୍ଗତଃ ନାୟକଙ୍କ ବିୟୋଗରେ ମହାନ୍ତି ଏବଂ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହାସ ଓ ଧୈର୍ଯ୍ୟ ପ୍ରଦାନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୃ ଜଗନ୍ନାଥଙ୍କ ନିକଟରେ ମହାନ୍ତି ଏବଂ ନାଏକ ପ୍ରାର୍ଥନା କରିଛନ୍ତି ।

Comments are closed.