Odisha Link
Bridging the Missing Links in Odisha

ଯାତ୍ରୀ ଉପରେ ଚଢ଼ିଗଲା ବସ୍

ବୌଦ୍ଧ: ଯାତ୍ରୀଙ୍କ ମୁଣ୍ଡ ଉପରେ ଚଢ଼ି ଗଲା ବସ୍। ଏହି ଦୁଃଖଦ ଘଟଣାଟି କଣ୍ଟାମାଳ ନିକଟରେ ଘଟିଛି। ଯାତ୍ରୀ ଜଣଙ୍କ ବସରେ ଚଢ଼ିବା ସମୟରେ ତାଙ୍କ ପାଦ ଖସି ଯାଇଥିଲା। ସେହି ସମୟରେ ବସଟି ତାଙ୍କମୁଣ୍ଡ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ପ୍ରକାଶ ଅନୁଯାୟୀ,ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଜଣେ ଯାତ୍ରୀ କଣ୍ଟାମାଳ – ଘଣ୍ଟାପଡ଼ା ରାସ୍ତାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉଦେପୁର ଛକ ଠାରେ ବସରେ ଚଢ଼ିବା ସମୟରେ ଖସି ପଡ଼ିଥିଲେ। ମୃତ ଯାତ୍ରୀ ଜଣକ ସ୍ଥାନୀୟ ଉଦେପୁର ଗ୍ରାମର ଖଗେଶ୍ୱର କହଁର ବୋଲି ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳକୁ କଣ୍ଟାମାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.