Odisha Link
Bridging the Missing Links in Odisha

ବଜେଟ ୨୦୨୧-୨୨: ୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କୁ ଆୟକର ଛାଡ଼

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଚାଲିଛି ବଜେଟ ଉପସ୍ଥାପନା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୫ ବର୍ଷରୁ ଅଧିକ ବୟସର ପେନସନଭୋଗୀମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଯେଉଁ ୭୫ ବର୍ଷରୁ ଅଧିକ ବୟସ୍କମାନଙ୍କର କେବଳ ପେନସନ୍ ଏବଂ ସୁଧ ଆୟ ଅଛି, ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ।

ଏନଆରଆଇଙ୍କୁ ଡବଲ ଟ୍ୟାକ୍ସ ସିଷ୍ଟମରୁ ଆଶ୍ୱସ୍ତି ଦିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ଟ୍ୟାକ୍ସ ଦେବା ପାଇଁ ଷ୍ଟାର୍ଟ ଅପ୍ ପାଇଁ ପ୍ରାରମ୍ଭିକ ଛାଡ଼ ବର୍ତ୍ତମାନ ୨୦୨୨ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କ୍ଷୁଦ୍ର ଟିକସଦାତାଙ୍କ ବିବାଦକୁ ଆହୁରି ହ୍ରାସ କରିବା ନିମନ୍ତେ ବିବାଦ ସମାଧାନ କମିଟି ଗଠନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ଦକ୍ଷତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ନିମନ୍ତେ ଏହାକୁ ‘ଫେସ୍ଲେସ୍’ କରାଯିବ।

ଟିକସ ଲାଗୁ ହେଉଥିବା ୫୦ ଲକ୍ଷ ପର୍ଯ୍ୟନ୍ତ ଆୟକାରୀ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ବ୍ୟକ୍ତି ବିବାଦୀୟ ଟିକସ ମାମଲାରେ ଏହି କମିଟିରେ ଆବେଦନ କରିପାରିବେ। ସମ୍ପ୍ରତି ୬ ବର୍ଷ ଥିବା ‘ଟ୍ୟାକ୍ସ୍ ଆସେସ୍ମେଣ୍ଟ୍ ରିଓପେନିଙ୍ଗ୍’କୁ ୩ ବର୍ଷକୁ ହ୍ରାସ କରିବା ଲାଗି ପ୍ରସ୍ତାବ ରହିଛି।

Comments are closed.