Odisha Link
Bridging the Missing Links in Odisha

୪ ଯାଏଁ ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଶୀତରେ ଥରିବ ଓଡ଼ିଶା । ରାଜ୍ୟର ଅନେକ ସ୍ଥାନରେ କାଲୁଆ ପବନ ଥରାଉଛି। ୯ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଆସିଥିବା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର କହିବାନୁସାରେ, ଏଭଳି ଶୀତ ଲହରି ୪ ତାରିଖ ଯାଏଁ ଜାରି ରହିବ । ଅଧିକାଂଶ ସ୍ଥାନରେରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଖସିଯିବ । ଅର୍ଥାତ୍‌ ଭୀଷଣ ଥଣ୍ଡା ପ୍ରବାହ ଲାଗି ରହିବ । ୭ଟି ଜିଲ୍ଲାରେ ଭୀଷଣ ଶୀତ ଲହରୀ ଓ ୧୬ଟି ଜିଲ୍ଲାରେ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି ହୋଇଛି ।

ମଙ୍ଗଳବାର ସକାଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବଲାଙ୍ଗିର ଓ କନ୍ଧମାଳରେ ଭୀଷଣ ଥଣ୍ଡା ଲହରୀ ଅନୁଭୂତ ହେବ । ଏସବୁ ଜିଲ୍ଲାରେ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧାରେ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.