Odisha Link
Bridging the Missing Links in Odisha

ରାଜଧାନୀରେ ବୋମାମାଡ଼

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ବର କଳ୍ପନା ଛକରୁ ଲକ୍ଷ୍ମୀସାଗର ରାସ୍ତାରେ ଥିବା ଏକ ବାର୍ ସମ୍ମୁଖରେ ବୋମା ମାଡ଼ ହୋଇଛି। ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା ପୁରା ଅଞ୍ଚଳ।

ସୂଚନାଯୋଗ୍ୟ ଯେ, ଗିତକାଲି ବିଳମ୍ବିତ ରାତିରେ ଏହି ବୋମା ମାଡ଼ ହୋଇଥିବା ବେଳେ ଆଖପାଖରେ ଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ। କଳ୍ପନା ନିକଟ କଟକ ରୋଡ଼ରେ ୨ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୋଟିଏ ବୋମା ଫୁଟି ଯାଇଥିବା ବେଳେ ଅନ୍ୟଟି ଫୁଟି ନଥିଲା।

ସେହି ରାସ୍ତା ଦେଇ ଯାଉଥିବା ଲୋକେ ଭୟରେ କିଛି ସମୟ ପାଇଁ ଅଟକି ଯାଇଥିଲେ। ରାସ୍ତାର ମଝିରେ ବୋମା ପଡ଼ିଥିବାରୁ ସେହି ରୁଟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ପିସିଆର୍ ଭ୍ୟାନ ପହଞ୍ଚି ଅଫୁଟା ବୋମାକୁ ନିଷ୍କ୍ରିୟ କରିଥିଲା। ତେବେ ବୋମା କିଏ ପିଙ୍ଗିଲା ତାହା ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ କେହି ବ୍ୟକ୍ତି ଦୁଇ ଚକିଆ ଯାନରେ ଏହି ବୋମା ନେଇ ଯାଉଥିବା ବେଳେ ତଳେ ପଡି ଯିବାରୁ ବ୍ଲାଷ୍ଟା ହୋଇଥିଲା।

Comments are closed.