Odisha Link
Bridging the Missing Links in Odisha

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ନୀଳଗିରି: ଟ୍ରାକ୍ଟର ଧକ୍କାରେ ଯୁବକ ମୃତ। ଦୁର୍ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ଜୁରିଆପାଟଣା ଛକ ନିକଟରେ ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ , ନୀଳଗିରି ଏନଏସି ଅଧିନ ବାଳିଗୋହିରୀ ଅଞ୍ଚଳର ଅଭିଷେକ ରାଉତ, ବରିସାହି ଗାଁର ମନିଶ ସ୍ୱାଇଁ, ବିମ୍ବୁରିଆ ଗାଁର ବିଶ୍ଵଜିତ ମହାପାତ୍ର, କଟକ ଅଞ୍ଚଳର ବିଶ୍ଵଜିତ ସାମଲ ଦୁଇଟି ବାଇକରେ ବଉଳଗଡ଼ିଆ ଆଡୁ ନୀଳଗିରିକୁ ଆସୁଥିଲେ। ଶ୍ୟାମସୁନ୍ଦରପୁର ନିକଟ ଜୁରିଆପାଟଣା ଛକ ନିକଟରେ ହଠାତ ଏକ ମାଟି ବୋଝେଇ ଟ୍ରାକ୍ଟର ଆଗକୁ ଆସିଯାଇଥିଲା । ଯାହାଫଳରେ ବାଇକ ଓ ଟ୍ରାକ୍ଟର ମଧ୍ୟ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣାରେ ଅଭିଷେକ ଓ ମନିଶ ଗୁରୁତର ହୋଇଥିଲେ । ସେଠାରୁ ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅଭିଷେକଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Comments are closed.