Odisha Link
Bridging the Missing Links in Odisha

ଗୃହରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ ସୁବାସ ପାଣିଗ୍ରାହୀ

ଭୁବନେଶ୍ବର: ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ। ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି।

ମଣ୍ଡି ସମସ୍ୟା ପାଇଁ ସେ ଆତ୍ମହତ୍ୟାର ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଧାୟକ କହିଛନ୍ତି। ଦୀର୍ଘଦିନ ହେବ ମଣ୍ଡିରେ ଧାନ ପଡି ରହିଛି। ଫଳରେ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଧାନକିଣା ପ୍ରସଙ୍ଗ ଉଠାଇଛନ୍ତି  ପ୍ରଶ୍ନ ଉଠାଇଛନ୍ତି। ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ସରକାର ବାଧ୍ୟ କରୁଛନ୍ତି।

ତୁରନ୍ତ ବିଭାଗୀୟ ମନ୍ତ୍ରୀ ଏବଂ ବିରୋଧୀ ସଦସ୍ୟଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରନ୍ତୁ। ବାଚସ୍ପତିଙ୍କ ନିକଟରେ ଏପରି ଦାବି ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

ସେହିପରି ଆନ୍ଦୋଳନ ରତ ଏଏନ୍‌ଏମ୍‌ଙ୍କ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। କୋଭିଡ୍‌ ସମୟରେ କାମ କରିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।

Comments are closed.