Odisha Link
Bridging the Missing Links in Odisha

ଆଜି ସଂଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ଆଜି ସଂଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା। କରୋନା ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ। ରାଜ୍ୟରେ ଦିନକୁ ଦିନ କରୋନା କାୟା ବଢ଼ୁଥିବା ବେଳେ ଏସିଆରସିଙ୍କ ଘୋଷଣାକୁ ନେଇ ସମସ୍ତଙ୍କର ନଜର ରହିଛି।

ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନ ଘୋଷଣା କରିଥିବାବେଳେ ଲୋକମାନେ ଘରମୁହାଁ ହଲେଣି। ଅନ୍ୟ ରାଜ୍ୟରୁ ବି ଓଡ଼ିଶାକୁ ପ୍ରବାସୀମାନେ ଫେରୁଛନ୍ତି। ଗତବର୍ଷ ବାହାର ରାଜ୍ୟକୁ ଓଡ଼ିଶାକୁ ଫେରିଥିବା ପ୍ରବାସୀଙ୍କ ପାଇଁ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିଥିଲା ଏ ସଂକ୍ରାନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ଆଜି ରାଜ୍ୟରେ ଗୋଟିଏ ଦିନରେ ୪୪୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୫୭୪ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୮୭୧ ଜଣ ସଂକ୍ରମିତ ହୋଇଛନ୍ତି।

Leave A Reply

Your email address will not be published.