Odisha Link
Bridging the Missing Links in Odisha

ରାଜ୍ୟରେ ମାସେ ଯାଏଁ ୧୪୪ ଧାରା ଲାଗୁ

ଜୟପୁର: କାୟା ମେଲାଉଛି ମହାମାରୀ କରୋନା। କରୋନା ସଂକ୍ରମଣକୁ ରୋକିବାକୁ ସରକାର କଠୋର ପଦକ୍ଷେପ ନେଉଛନ୍ତି।ଏହି ପରି ପ୍ରେକ୍ଷୀରେ ରାଜସ୍ଥାନରେ ୧୫ ଦିନିଆ ଲକଡାଉନ କରାଯାଇଥିଲେ ମଧ୍ୟ ରାଜସ୍ଥାନ ସରକାର ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଲକଡାଉନ ଭିତରେ ଲୋକମାନେ ନିଜ ନିଜ ଘରେ ରହିଥିବା ବେଳେ ସରକାର ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୨୨ ତାରିଖରୁ ସମଗ୍ର ରାଜ୍ୟରେ ୧୪୪ ଧାରା ଲାଗୁ ହେବ। ଏହା ମେ’ ୨୧ ଅର୍ଥାତ ମାସେ ଯାଏ ବଳବତ୍ତର ରହିବ। ୧୪୪ ଧାରା ଲାଗୁ ହୋଇଥିବାରୁ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଗୋଟିଏ ସମୟରେ ଏକାଠି ହୋଇପାରିବେ ନାହିଁ। ରାଜସ୍ଥାନ ଗୃହ ବିଭାଗ ପକ୍ଷରୁ ଏ ସଂମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

 

 

 

 

 

Leave A Reply

Your email address will not be published.