Odisha Link
Bridging the Missing Links in Odisha

୨ ମାସ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ: ୨ ମାସ ମାଗଣାରେ ମିଳିବ ରାସନ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ୨ ମାସ ଦେଶର ଜନତାଙ୍କୁ ମାଗଣା ରାସନ ଦିଆଯିବ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ମେ’ ଏବଂ ଜୁନ୍ ଦୁଇ ମାସ ପ୍ରତି ଲୋକଙ୍କୁ ୫ କେଜି ଲେଖାଏଁ ମାଗଣାରେ ରାସନ ମିଳିବ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ୮୦ କୋଟି ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହେବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୨୬ ହଜାର କୋଟି ଖର୍ଚ୍ଚ କରାଯିବ। କରୋନା ଲାଗି ଦେଶର ଜନ ସାଧାରଣଙ୍କ ପାଇଁ ଏଭଳି ନଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଲୋକମାନେ ପୂର୍ବଭଳି ୫ କେଜି ଚାଉଳ, ଗହମ ଓ ଡାଲି ଯଥାକ୍ରମେ ୩, ୨ ଓ ୧ ଟଙ୍କାରେ ଅତିରିକ୍ତ ଭାବେ ମଧ୍ୟ କିଣିପାରିବେ।

ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ବେଳେ କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ରାସନ ଯୋଗାଇବାକୁ ଆରମ୍ଭ କରିଥିଲେ। ଏବେ ଉତ୍ତରାଖଣ୍ଡ ଓ କେରଳ ଭଳି ରାଜ୍ୟ ପୁଣିଥରେ ଏହି ଯୋଜନା ଆରମ୍ଭ କରିବାକୁ କେନ୍ଦ୍ରକୁ ନିବେଦନ କରିଥିଲେ। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି ମାଗଣା ରାସନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

Leave A Reply

Your email address will not be published.