Odisha Link
Bridging the Missing Links in Odisha

ଆଉ ଏକ କରୋନା ଔଷଧକୁ ଗ୍ରୀନ ସିଗ୍‌ନାଲ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଜି ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଆଉ ଗୋଟିଏ ଔଷଧକୁ ଅନୁମତି ମିଳିଛି। ଆଜି ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ଗ୍ରୀନ ସିଗ୍‌ନାଲ ଦେଇଛି।

ଏହି ଔଷଧକୁ ମଧ୍ୟମଧରଣର କରୋନା ଲକ୍ଷଣ ଥିବା ଲୋକଙ୍କୁ ଦିଆଯାଇପାରିବ। ଏହାକୁ ବ୍ୟବହାର କରି ସେମାନଙ୍କ ଚିକିତ୍ସା କରାଯିବ। ତେବେ ଭିରାଫିନ୍‌କୁ ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ କରୋନା ଆକ୍ରାନ୍ତଙ୍କୁ ଦିଆଯାଇପାରିବ ବୋଲି ଡିଜିସିଆଇ କହିଛି।

Leave A Reply

Your email address will not be published.