Odisha Link
Bridging the Missing Links in Odisha

ଦେଶରେ ଅଣାୟତ୍ତ କରୋନା, ଦିନକରେ ୩୬୪୫ ମୃତ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଥମୁନାହିଁ। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟାରେ ୩ଲକ୍ଷ ୭୯ ହଜାର ୨୫୭ ନୂଆ ଆକ୍ରାନ୍ତ ଚହ୍ନଟ ହୋଇଛନ୍ତି।

ଏଥିସହ ଦେଶରେ ଗତ ୨୪ ଘଣ୍ଟାରେ ୩୬୪୫ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୩,୭୬,୫୨୪ କୁ ବୃଦ୍ଧି ପାଇଛି। ୧,୫୦,୮୬,୮୭୮ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୦୪,୮୩୨ କୁ ପହଞ୍ଚିଛି। ୩୦,୮୪,୮୧୪ ସକ୍ରିୟ ସଂକ୍ରମିତ ରହିଛନ୍ତି।

Leave A Reply

Your email address will not be published.