Odisha Link
Bridging the Missing Links in Odisha

ଜଗା ଦୁଆରୁ ହଟିଲା କଟକଣା, ଏଣିକି ବିନା ଟିକା ସାର୍ଟିଫିକେଟରେ ମିଳିବ ଦର୍ଶନ

ରାଜ୍ୟର ଅଧିକାଂଶ ଲୋକ ଡବଲ ଡୋଜ୍‌ ନେଇସାରିଥିବାରୁ ନିଷତ୍ତି ନିଆଯାିଛି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏବେ ଡବଲ ଡୋଜ୍‌ ଟିକା ସାର୍ଟିଫିକେଟ ଦେଖେଇ ପ୍ରବେଶ କରୁଥିଲେ ଶ୍ରଦ୍ଧାଳୁ।

ଓଏଲ୍‌ ବ୍ୟୁରୋ: ଭକ୍ତଙ୍କ ପାଇଁ ଖୁସିର ଖବର। ଭାବର ଠାକୁର କାଳିଆ ଦର୍ଶନ ପାଇଁ ଆଉ ଟିକେ କୋହଳ ହେଲା କଟକଣା। ଭକ୍ତଙ୍କ ପାଇଁ ଜଗା ଦୁଆର ଖୋଲାଅଛି। ହେଲେ ଯେଉଁ ଶ୍ରଦ୍ଧାଳୁଙ୍କ ପାଖେ କୋଭିଡ ସାର୍ଟିଫିକେଟ୍‌ ନଥିଲା ସେମାନେ ଜଗା ଦର୍ଶନରୁ ବଞ୍ଚିତ ହେଉଥିଲେ। ହେଲେ ଏବେ ବିନା ସାର୍ଟିଫିକେଟରେ ବି ମହାବାହୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆସନ୍ତା ସୋମବାର ବା ଫେବୃଆରୀ ୨୧ ତାରିଖରୁ ବିନା ସାର୍ଟିଫିକେଟ୍‌ରେ ଶ୍ରୀମନ୍ଦିର ପ୍ରବେଶ କରି ପାରିବେ ଭକ୍ତ।

ରାଜ୍ୟର ଅଧିକାଂଶ ଲୋକ ଡବଲ ଡୋଜ୍‌ ନେଇସାରିଥିବାରୁ ନିଷତ୍ତି ନିଆଯାିଛି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏବେ ଡବଲ ଡୋଜ୍‌ ଟିକା ସାର୍ଟିଫିକେଟ ଦେଖେଇ ପ୍ରବେଶ କରୁଥିଲେ ଶ୍ରଦ୍ଧାଳୁ।

୨୧ ତାରିଖରୁ ଲାଗୁହେବ ନୂଆ ଏସଓପି। କୋହଳ ହେଲା ଦର୍ଶନ ବ୍ୟବସ୍ଥା। ହଟିବ କିଓସ୍କ କାଉଣ୍ଟର। ଆଉ ଭକ୍ତଙ୍କୁ ଦେଖାଇବାକୁ ପଡିବ ନାହିଁ କୋଭିଡ୍‌ ପ୍ରମାଣପତ୍ର। ପୂର୍ବପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ନୀତିକାନ୍ତିକୁ ନେଇ ୨୦ରୁ ୨୫ ତାରିଖ ମଧ୍ୟରେ ବସିବ ନୀତି ସବକମିଟି ବୈଠକ। ମଙ୍ଗଳ ଆଳତୀ ନୀତି ଶୃଙ୍ଖଳିତ କରିବା ପାଇଁ ହେବ ନୀତି ସବକମିଟି ବୈଠକ। ଦ୍ୱାର ଫିଟାରୁ ରାତ୍ର ପହୁଡ଼ ନେଇ ସମସ୍ତ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ ସେନେଇ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଆଜି ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ ବସିଥିଲା। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ସମ୍ପର୍କରେ ଆଲୋଚନା ହୋଇଥିଲା। ୧୯ ତାରିଖରେ ଦୁଇଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ସେ ୫ଟାରୁ ୫ଟା ୪୫ ମିନିଟ୍‌ ଭିତରେ ଶ୍ରୀମନ୍ଦିରରେ କରିବେ ଦର୍ଶନ। ରାଷ୍ଟ୍ରପତିଙ୍କ ପାଇଁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Leave A Reply

Your email address will not be published.