Odisha Link
Bridging the Missing Links in Odisha

କେନ୍ଦ୍ରୀୟ ଡେପୁଟେସନ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରୀୟ ଡେପୁଟେସନ୍‌ରେ ଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଇଏଏସ୍‌ ଅଫିସର କ୍ରିଷନ କୁମାର। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କ୍ରିଷନ୍‌ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯିବ।

୨୦୦୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସର କ୍ରିଷନ କୁମାର ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପୂର୍ତ୍ତ ସଚିବ ଦାୟିତ୍ୱ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ବିଏମସି କମିଶନର ମଧ୍ୟ ଥିଲେ। ତା ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ଏବେ କ୍ରିଷନ କୁମାରଙ୍କ କେନ୍ଦ୍ରୀୟ ଡେପୁଟିସନ୍‌ ଯିବା ପରେ କିଏ ହେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Leave A Reply

Your email address will not be published.