Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ : ବିଜେଡିର ରେଳଲାଇନ ପ୍ରସଙ୍ଗ

ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ରେଳଲାଇନ ପ୍ରକଳ୍ପକୁ ନେଇ ସ୍ୱର ତେଜିଲା ବିଜେଡି। ରେଳଲାଇନ ପ୍ରସଙ୍ଗକୁ ନେଇ ବିଜେଡିର ବିଜେପିକୁ ଟାର୍ଗେଟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ ବରଗଡ଼ ଷ୍ଟେସନରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ ଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂଆ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ରେଳ ଲାଇନ୍ ପାଇଁ ରାଜ୍ୟ ସରକାର ମାଗଣା ଜମି ସହିତ ୩୦୦ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ବିଜେଡି କହିଛି।

ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ରେଳଲାଇନ ମଞ୍ଜୁର ହୋଇଥିବା କଥା କହି ଚାରି ବର୍ଷ ହେଲା କେନ୍ଦ୍ର ସରକାର ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି।

ବିଜେଡି କହିଛି ପଶ୍ଚିମ ଓଡ଼ିଶାବାସୀ ବିଶେଷ କରି ବରଗଡ଼, ନୂଆପଡ଼ା ଏବଂ ପଦ୍ମପୁର ଅଞ୍ଚଳର ଲୋକଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ରେଳଲାଇନ ପ୍ରକଳ୍ପ ମଞ୍ଜୁର କରିବା ଦରକାର। ଏପରି କରି କେନ୍ଦ୍ର ସରକାର ଭୂଆଁ ବୁଲାଇବା ଛଡା ଆଉ କିଛି କରିନାହାନ୍ତି ବୋଲି ଶାସକ ଦଳ କହିଛି। ନିଜ ନିର୍ବାଚନୀ ପ୍ରଚାରରେ ରେଳଲାଇନର ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଘେରିଲା ବିଜେଡି।

Leave A Reply

Your email address will not be published.