Odisha Link
Bridging the Missing Links in Odisha

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି

ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଖୋଲିପାରେ ଗୁମର। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଇଡିରେ ହାଜର ହେବା ଖବର ସାମ୍ନାକୁ ଆସିଛି। ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା। ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ୨ଥର ରିମାଣ୍ଡରେ ନେଇଥିଲେ ମଧ୍ୟ ଅର୍ଚ୍ଚନାଙ୍କ ଗୁମର ସାମ୍ନାକୁ ଆସିନଥିଲା।

ବାରମ୍ଵାର ସମନ ପରେ ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା। ପୂର୍ବରୁ ଅର୍ଚ୍ଚନା ନାଗ ମାମଲାରେ ଅନେକଙ୍କୁ ଜେରା କରିଥିଲା ଇଡି। ବର୍ତ୍ତମାନ ସୁଦ୍ଧା କୌଣସି ବିଶେଷ ତଥ୍ୟ ସାମ୍ନାକୁ ଆସିନଥିବାବେଳେ ଶ୍ରଦ୍ଧାଞ୍ଜଳିଙ୍କୁ ଇଡିର ଜେରା ପରେ ଅର୍ଚ୍ଚନା ନାଗଙ୍କ କିଛି ସତ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।