Odisha Link
Bridging the Missing Links in Odisha

ମାଧ୍ୟମିକ ଶିକ୍ଷକ ସଂଘ ଦ୍ୱାରା ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

୨ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ

ଓଏଲ୍‌ ବ୍ୟୁରୋ : ୧୧ଦିନର ଦାବି ପରେ ମାଧ୍ୟମିକ ଶିକ୍ଷକ ସଂଘର ଦାବି ପୂରଣ ନହେବାରୁ ବିକ୍ଷୋଭ ଆରମ୍ଭ କରିଛନ୍ତି ଶିକ୍ଷକ ସଂଘ। ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ନିଜର ୨ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ କରିଥିବା ଖବର ସାମ୍ନାକୁ ଆସିଛି। ବିଭିନ୍ନ ପ୍ଲାକାର୍ଡ ଧରି ଶିକ୍ଷକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମାଧ୍ୟମିକ ଶିକ୍ଷକ ସଂଘ ପୂର୍ବରୁ ନିଜର ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ନେଇ ଧାରଣାରେ ବସିଥିବାର ଦେଖିବାକୁ ମିଳିଥିଲା। ଧାରଣା ସତ୍ୱେ ସରକାର ନଶୁଣିବାରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରୀ ସହ ଯୋଡ଼ାଯିବା ସହ ୬ଟି ନ୍ୟାସନାଲ ଇନକ୍ରିମେଂଟ ଦିଆଯାଉ ବୋଲି ଦାବି କରିଛନ୍ତି। ୧୧ ଦିନ ଧରି ଧାରଣାରେ ବସିଥିବା ମାଧ୍ୟମିକ ଶିକ୍ଷ ସଂଘ ନିଜର ଦାବି ନେଇ ନିଜ ନିଜ ଜିଲ୍ଲାର ମନ୍ତ୍ରୀ ମାନଙ୍କର ବାସଭବନ ଘେରାଉ ପାଇଁ ଯୋଜନା କରିଥିବାବେଳ ଆଜି ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ସମୀର ଦାସଙ୍କ ବାସଭବନରୁ ଘେରାଉ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ବିକ୍ଷୋଭ ପ୍ରଦର୍ଶନ ପରେ ଦାବି ପୂରଣ କୁନେଇ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିଛି ମାଧ୍ୟମିକ ଶିକ୍ଷକ ସଙ୍ଘ।

Leave A Reply

Your email address will not be published.