Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ପଶ୍ଚିମବଙ୍ଗରେ ସପ୍ତାହକୁ ୬ଦିନ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

ଓଏଲ୍‌ ବ୍ୟୁରୋ : ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବ ପଶ୍ଚିମବଙ୍ଗରେ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ୩୦ତାରିଖରୁ ହାୱଡା ଓ ଜଲପାଈଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବାର ସୂଚନା ମିଳିଛି। ରେଳବିଭାଗର ସୂଚନା କ୍ରମେ ଏହାର ପ୍ରଥମ ଟ୍ରାଏଲ ରନ ଶେଷ ହୋଇଥିବାବେଳେ ଏହି ଏକ୍ସପ୍ରେସ ସପ୍ତାହକୁ ୬ଦିନ ଗଡିବ।

ଯାତ୍ରୀଙ୍କ ଉତ୍ତମ ସୁବିଧା ସହ ଯାତ୍ରା ସମୟକୁ ହ୍ରାସ କରିବ। କମ ସମୟ ମଧ୍ୟରେ ଯାତ୍ରୀଙ୍କୁ ସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଂଚିବାକୁ ସାହାଯ୍ୟ କରିବ। ପଶ୍ଚିମବଙ୍ଗରେ ସପ୍ତାହକୁ ୬ଦିନ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। କୋଲକାତା ଏବଂ ସିଲିଗୁଡି ମଧ୍ୟରେ ଯାତ୍ରୀଙ୍କ ସମୟ ବଞ୍ଚାଇବା ସହ ସହଜ ଯାତ୍ରାରେ ସାହାଯ୍ୟ ହେବ ବନ୍ଦେ ଭାରତ ଏକ୍ସପ୍ରେସ। ତେବେ ଯାତ୍ରୀଙ୍କ ସୁବିଧା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ ନରେନ୍ଦ୍ର ମୋଦି।

Leave A Reply

Your email address will not be published.