Odisha Link
Bridging the Missing Links in Odisha

ନବୀନଙ୍କ ବଡ଼ ଘୋଷଣା : ରାଜ୍ୟରେ ଆଉ ବର୍ଷେ ମିଳିବ ମାଗଣା ଚାଉଳ

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ଅର୍ଥାତ ୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା।

ଓଏଲ୍ ବ୍ୟୁରୋ : ରାଜ୍ୟରେ ଆଉ ବର୍ଷେ ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ଅର୍ଥାତ ୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା। ଏହି ଯୋଜନାରେ ମାସିକ ମୁଣ୍ଡପିଛା ମିଳିବ ୫ କେଜି ଚାଉଳ। ଏହି ମାଗଣା ଚାଉଳ ଯୋଗାଣରେ ଖର୍ଚ୍ଚ ହେବ ୧୮୫ କୋଟି। ପୂର୍ବରୁ ୨୦୧୮ ଅକ୍ଟୋବରରୁ ରାଜ୍ୟ ସକାର ପ୍ରତି ମାସରେ ବ୍ୟକ୍ତି ପିଛା ୫ କେଜି ଚାଉଳ ଯୋଗାଇ ଦେଉଛନ୍ତି। ମାତ୍ର ୫ ଟଙ୍କାରେ ୫ କେଜି ଚାଉଳ ମିଳୁଛି। ଯାହାକି ଏବେ ବର୍ଷକ ପାଇଁ ମାଗଣା ହୋଇଯିବ ।

କୋଭିଡ୍ ସମୟରେ ଗତ ୨୮ ମାସରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସରକାର ଅତିରିକ୍ତ ଚାଉଳ ସହ ଡାଲି ମଧ୍ୟ ଯୋଗାଇଥିଲେ । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସରକାର କୋଭିଡ୍ ସମୟରେ ୨ ଥର ହଜାରେ ଟଙ୍କା ଲେଖାଏ ପ୍ରଦାନ କରିଥିଲେ। ବର୍ତ୍ତମାନ ଆଉ ବର୍ଷକ ଲାଗି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ମାଗଣା ଚାଉଳ ପାଇବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.