Odisha Link
Bridging the Missing Links in Odisha

ଦଳିଦେଲା ଦନ୍ତା ହାତୀ, ଚାଲିଗଲା ୩ ଜୀବନ

ଦନ୍ତା ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେମାନେ ଉଦ୍ୟମ କରିଥିଲେ ମଧ୍ୟ ଦନ୍ତା ପାଖରୁ ବଞ୍ଚି ପାରି ନଥିଲେ

ଓଏଲ୍‌ ବ୍ୟୁରୋ : ଦନ୍ତା ହାତୀ ଆକ୍ରମଣ କରିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଆଜି ସକାଳୁ ଅନୁଗୋଳ ଜିଲ୍ଲାରେ। ୩ ମୃତ ବ୍ୟକ୍ତି ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ତେବେ ଆଜି ସକାଳେ ସୁବାସ, ଅନିରୋଦ୍ଧ ଓ ରମେଶ ବଗିଚାରେ କାମ କରୁଥିବାବେଳେ ଏକ ଦନ୍ତା ହାତୀ ବଗିଚା ଭିତରକୁ ପଶି ଆସିଥିଲା। ବଗିଚାରେ ପଶିବା ପରେ ଉଭୟଙ୍କୁ ଆକ୍ରମଣ କରିଥିଲା।

ଦନ୍ତା ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେମାନେ ଉଦ୍ୟମ କରିଥିଲେ ମଧ୍ୟ ଦନ୍ତା ପାଖରୁ ବଞ୍ଚି ପାରି ନଥିଲେ। ଘଟଣା ସ୍ଥଳରେ ସୁବାସ, ଅନିରୋଦ୍ଧ ଓ ରମେଶଙ୍କୁ ଦନ୍ତା ଦଳି ଦେଇଥିଲା। ଦନ୍ତା ଆକ୍ରମଣ ପରେ ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ। ଡାକ୍ତରଖାନାରେ ସୁବାସ, ଅନିରୋଦ୍ଧ ଓ ରମେଶଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

ସୂଚନା ଅନୁସାରେ, ସ୍ଥାନୀୟ ଲୋକେ ଅଭିଯୋଗ କରି କହୁଛନ୍ତି, ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଘର ଭାଙ୍ଗିବା ଦେବା ସହ ଜିନିଷ ପତ୍ର ନଷ୍ଟ କରୁଛନ୍ତି। ଏହାସହ ହାତୀ ଆକ୍ରମଣରେ କେତେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ତେବେ ଆଜି ଏହି ହାତୀ ଆକ୍ରମଣରେ ଆଉ ୩ଜୀବନ ଚାଲିଯାଇଥିବା ଖବରରୁ ଜଣା ପଡିଛି। ୩ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାରୁ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.